ରାତିରେ ସ୍କୁଲ ଓ ସର୍ବସାଧାରଣ କୋଠା ଖୋଲା ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର: ଅସହ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଳକ୍, ତହସିଲ, ଗ୍ରାମ ପଞ୍ଚାୟତକୁ ଆଲର୍ଟ ରହିବାକୁ ନିର୍ଦେଶ ଦେଇଛନ୍ତି। ଗରିବ, ବାସହୀନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି। ରାତିରେ ଗରିବଲୋକ ରହିବାକୁ ସ୍କୁଲ ଘର ସମେତ ଆଶ୍ରୟସ୍ଥଳ ଓ ସର୍ବସାଧାରଣ କୋଠା ଖୋଲା ରଖିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.