ଶୀତରେ ଥରୁଛି ସାରା ଓଡିଶା ; ୧୫ ଡିଗ୍ରୀ ତଳେ ୨୨ ସହର

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। ରାଜ୍ୟରେ ପାରଦ ଖସିବା ସହ ପ୍ରାୟ ୨୨ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଦାରିଙ୍ଗବାଡିରେ ୭, ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ କେନ୍ଦୁଝର ୧୦.୪ , କୋରାପୁଟ ଓ ଝାରସୁଗୁଡା ୧୦.୬, ଟିଟିଲାଗଡ ୧୦.୮, ଭବାନୀପାଟଣା ୧୧, ସୁନ୍ଦରଗଡ ୧୧.୫, ତାଳଚେର ୧୨, ଅନୁଗୁଳ ୧୨.୬, ସୋନପୁର, ବଲାଙ୍ଗୀର ଓ ହୀରାକୁଦ ୧୨.୮, ବାରିପଦା ଓ ଚାନ୍ଦବାଲି ୧୩, ସମ୍ବଲପୁର ୧୩.୫, ବାଲେଶ୍ୱର ୧୩.୯, କଟକ, ନୟାଗଡ,ବୌଦ୍ଧ ଓ ମାଲକାନଗିରିରେ ୧୪, ଏହାସହ ରାଜଧାନୀ ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.