ସାରା ରାଜ୍ୟରେ ଅସହ୍ୟ ଶୀତ ; ଶୀତଲହରି ନେଇ ୫ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଶୀତ ଜାରି ରଖିଥିବା ବେଳେ ୧୦ ଡ଼ିଗ୍ରୀ ତଳେ ୧୧ ସହରର ତାପମାତ୍ରା ରହିଛି। ସୋନପୁର ଓ ଫୁଲବାଣୀ ୬ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ଏହା ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି। ଏହାସହ ପୁରୀ ୬.୬, ଟିଟିଲାଗଡ଼ ୭.୧,ଦାରିଙ୍ଗିବାଡ଼ି ୭.୫, ଭବାନୀପାଟଣା ୮.୫, କୋରାପୁଟ ୯, କେନ୍ଦୁଝର ୯.୧, ଝାରସୁଗୁଡ଼ା ୯.୪, ସମ୍ବଲପୁର ୯.୬, ତାଳଚେର ୯.୭ ରହିଛି। ଶୀତଲହରି ନେଇ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ ନୟାଗଡ଼ ଏହି ୫ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।