ସାରା ରାଜ୍ୟରେ ଶୀତର ପ୍ରକୋପ ; ସୋନପୁର ସବୁଠାରୁ ଅଧିକ ଥଣ୍ଡା ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆଜି ମଧ୍ୟ ସୋନପୁର ଅଧିକ ଥଣ୍ଡା ସହର ଭାବେ ଜଣାପଡ଼ିଛି। ଏହାର ସର୍ବନିମ୍ନ ତାପମାତ୍ରା ୫.୪ ଡ଼ିଗ୍ରୀ ରହିଛି। ୫.୬ ଡ଼ିଗ୍ରୀ ସହ ଅନୁଗୁଳ ଦ୍ୱିତୀୟ, ଫୁଲବାଣୀ ୬.୩ ଡ଼ିଗ୍ରୀ, ଟିଟିଲାଗଡ଼ ୬.୫, ଦାରିଙ୍ଗବାଡ଼ି ୭, କେନ୍ଦୁଝର ୮.୪ ଡ଼ିଗ୍ରୀ, ବଲାଙ୍ଗୀର ୮.୫, ବାଲେଶ୍ୱର ୮.୫, ସୁନ୍ଦରଗଡ଼ ୮.୫ ଡ଼ିଗ୍ରୀ ସମ୍ବଲପୁର ୮.୭, ଝାରସୁଗୁଡ଼ା ୮.୯. ଭବାନୀପାଟଣା ୯ ଡ଼ିଗ୍ରୀ, କୋରାପୁଟ ୯.୨, ବାରିପଦା ୯.୪, ତାଳଚେର ୯.୪,କଟକ ୯.୫, ଭୁବନେଶ୍ୱର ତାପମାତ୍ରା ୧୦.୬ ଡ଼ିଗ୍ରୀ ରହିଥିବା ଜଣାପଡ଼ିଛି।

Comments are closed.