ଜାଡରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର : ଜାଡରେ ଥରୁଛି ସାରା ରାଜ୍ୟ। ଶୀତଲହରୀ କାରଣରୁ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭବ ହେଉଛି। ରାଜ୍ୟର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଦାରିଙ୍ଗିବାଡି ଏବଂ ଫୁଲବାଣୀରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି। କେନ୍ଦୁଝର, ଭବାନୀପାଟଣା ଓ ସୋନପୁର ସହରରେ ୮ ଡିଗ୍ରୀ, ଝାରସୁଗୁଡାରେ ୮.୪ ଡିଗ୍ରୀ ଏବଂ କୋରାପୁଟରେ ୯ ଡିଗ୍ରୀ, ନୟାଗଡ,ବଲାଙ୍ଗୀର ଓ ଅନୁଗୁଳରେ ୯ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.