ଅଙ୍ଗନୱାଡି ପିଲାଙ୍କୁ ଶୀତବସ୍ତ୍ର ବଣ୍ଟନ

ପିପିଲି : ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଡଙ୍ଗ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରର ଶିଶୁ ମାନଙ୍କୁ ଶୀତବସ୍ତ୍ର ଓ ଜୋତା ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ ଯୋଗଦେଇ ଅଙ୍ଗନୱାଡି କେନ୍ଦ୍ରର ୨୮ଜଣ ଶିଶୁଙ୍କୁ ଶୀତବସ୍ତ୍ର ଓ ଜୋତା ପ୍ରଦାନ କରିଥିଲେ । ଅଙ୍ଗନୱାର୍ଡି କର୍ମୀ ସାଗରିକା ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ଆଶାକର୍ମୀ ମିନାରାଣୀ ବେହେରା ଓ ସହାୟିକା କନକଲତା ପ୍ରଧାନ, ଅଙ୍ଗନୱାଡି ଗ୍ରାମ୍ୟ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ ।

Comments are closed.