ଶୀତରେ ସତର୍କତା

ଶୀତ ଋତୁରେ ସଂକ୍ରମଣ ରୋଗରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼େ। ଖାଦ୍ୟପାନୀୟ ସହ ନିଜ ଜୀବନଶୈଳୀ ଉପରେ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।

– ଏହି ଋତୁରେ କାର୍ବୋହାଇଡ୍ରେଟ୍ ଓ ପ୍ରୋଟିନ୍‌‌ରେ ଭରୂପର ଖାଦ୍ୟ ଖାଇବା ଜରୁରୀ। ସେସବୁ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇବା ସହ ଆକ୍ଟିଭ୍ ରଖିଥାଏ।
–  ଏହା ସହ ଭିଟାମିନ୍ ସିଯୁକ୍ତ ଫଳ ଓ ପନିପରିବା ନିଜ ଡାଏଟ୍‌ରେ ସାମିଲ କଲେ ତାହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଶୀତରେ ଥଣ୍ଡା ପରିବେଶ କାରଣରୁ ଆମକୁ ଅଧିକ ଶୋଷ ଲାଗେନାହିଁ। ଏହା ସତ୍ତ୍ବେ ଆମେ ଦିନକୁ ୮-୯ ଗିଲାସ ପାଣି ପିଇବା ଜରୁରୀ। ଉଷୁମ ପାଣି ପିଇବା ଭଲ।
–  ଉଭୟ ଯୁବପିଢ଼ି ଓ ବୟସ୍କ ବର୍ଗ ଏଇଦିନେ ବ୍ୟାୟମ, କସରତ କରିବା ଆବଶ୍ୟକ। ଏସବୁ କଲେ ଆମ ଶରୀର ଫିଟ୍ ରହିବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

Comments are closed.