୮.୫ଡିଗ୍ରୀରେ କୋରାପୁଟ ଥରୁଛି; ୨୩ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ

କୋରାପୁଟ : କୋରାପୁଟ ସହରରେ ଚଳିତ ବର୍ଷର ପ୍ରଥମ ଥର ପାଇଁ ପାରଦ ସର୍ବନିମ୍ନ ୮.୫ ଡିଗ୍ରୀ ତଳକୁ ଖସିଥିବାବେଳେ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପ୍ରଥମଥର ପାଇଁ କୋରାପୁଟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଏହା ଆସନ୍ତା ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାଯାଇଛି। ଗତବର୍ଷ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ଥିବାବେଳେ ଚଳିତବର୍ଷ ଆଜିର ସର୍ବନିମ୍ନ ତାପମାତ୍ରା ରେକର୍ଡସ୍ତର ଛୁଇଁଥିବା ଜଣାଯାଇଛି। ୮.୫ଡିଗ୍ରୀ ତାପମାତ୍ରାରେ କୋରାପୁଟ ଥରୁଥିବାବେଳେ ଆସନ୍ତା ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ ବୋଲି ଜିଲା ଜରୁରୀ ବିଭାଗ ସୂତ୍ରରୁ ଜଣାଯାଇଛି। ଏଭଳି ଥଣ୍ଡାର କାରଣ ଘନ କୁହୁଡ଼ି ବୋଲି କୁହାଯାଉଥିବାବେଳେ ଏବେ ୧୦ରୁ ୨୦ମିଟର ଭିଜିବିଲିଟି ଥିବା ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଓ ୨ରୁ ୧୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ହେଲେ ରେଡ ୱାର୍ଣ୍ଣିଂ ଜାରି କରାଯିବ ବୋଲି ସୂଚନା ମିଳିଛି। ଗତ ତିନି ଚାରିଦିନ ହେଲା ସହର ଏବଂ ଆଖପାଖ ଅଞ୍ଚଳରେ ଘନ କୁହୁଡି ଲାଗି ରହିଥିବାବେଳେ ଆଜି ମଧ୍ୟ କୁହୁଡି ସହ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା। ସର୍ବନିମ୍ନ ତାପମାତ୍ର ୮.୫ ରହିଥିବାବେଳେ ସର୍ବାଧିକ ୨୬.୮ ଡିଗ୍ରୀ ତାପମାତ୍ରା ରହିଛି। ଶନିବାର ୧୧ଡିଗ୍ରୀ ତାପମାତ୍ରା ରହିଥିଲା।

Comments are closed.