ସତ୍ୟବାଦୀର ସୁନା ଝିଅ ଦୌଡ଼ରାଣୀ ଜୟନ୍ତୀ

0

ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀର ଦୌଡ଼ରାଣୀ ଜୟନ୍ତୀ ବେହେରା ଭାରତର ଏକ ନମ୍ବର ପାରା ଧାବିକା ଭାବେ ଗୌରବ ଅର୍ଜନ କରିଛନ୍ତି। ଗତ ଅକ୍ଟୋବର ମାସରେ ଇଣ୍ଡୋନେସିଆରେ ଆୟୋଜିତ ପାରା କ୍ରୀଡ଼ା ଆୟୋଜିତ ହୋଇଥିଲା। ଏଥିରେ ଜୟନ୍ତୀ ଅଂଶ ଗ୍ରହଣ କରି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପ୍ରତିଯୋଗିତାର ୨୦୦ମିଟର ଟି ,୪୭ ମହିଳା ବିଭାଗରେ ୦୨୭, ୪୫ ସେକେଣ୍ଡରେ ଅତିକ୍ରମ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ଟି –୪୭ ମହିଳା ବିଭାଗରେ ୦୫୯, ୭୧ ସେକେଣ୍ଡରେ ୪୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରି ରୋପ୍ୟ ପଦକ ହାସଲ କରିଥିଲେ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କ୍ରୀଡ଼ା ବିଭାଗ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply