ବନ୍ଦ ହେଲା ମାଇକ୍ରୋସଫ୍ଟ ଓ୍ବିଣ୍ଡୋଜ -୭

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ କମ୍ପାନୀ ତାର ଓ୍ବିଣ୍ଡୋଜ -୭ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଦୁଃଖ ଖବର ଆଣିଦେଇଛି । ମାଇକ୍ରୋସଫ୍ଟ ଜାନୁଆରୀ ୧୪ ତାରିଖରୁ ଓ୍ବିଣ୍ଡୋଜ -୭ ବନ୍ଦ କରିଦେଇଛି । ଯଦି ଓ୍ବିଣ୍ଡୋଜ -୭ ବ୍ୟବହାର କରିବେ ତେବେ କମ୍ପ୍ୟୁଟରରେ କୌଣସି ସିକ୍ୟୁରିଟି ଅପଡ଼େଟ କରିପାରିବେ ନାହିଁ। ମାଇକ୍ରୋସଫ୍ଟ ଓ୍ବିଣ୍ଡୋଜ- ୧୦ ବାହାର କରିଥିବାବେଳେ ଓ୍ବିଣ୍ଡୋଜ -୭କୁ ଲୋକେ ବହୁଳ ଭାବରେ ବ୍ୟବହାର କରୁଥିଲେ। ଓିଣ୍ଡୋଜ- ୧୦ ଅପେକ୍ଷା ୭କୁ ବ୍ୟବହାର ଓ ଏଥିରେ କାର୍ଯ୍ୟ କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହାର ଲୋକ ପ୍ରିୟତା ଓିଣ୍ଡୋଜ- ୧୦ ଅପେକ୍ଷା ଅଧିକ ରହିଥିଲା।
ଓ୍ବିଣ୍ଡୋଜ ୧୦ ଅପଗ୍ରେଡ ପାଇଁ ଜରୁରୀ ସୂଚନା: ଏହାକୁ ଅପଗ୍ରେଡ କରିବା ପାଇଁ କମ୍ପ୍ୟୁଟର ବେଗ ଏକ ଗିଗା ହର୍ଜ ହେବା ଆବଶ୍ୟକ। କମ୍ପ୍ୟୁଟର କିମ୍ବା ଲାପଟପର୨ଜିବି ରାମସହ ୩୨ ଜିବିର ଆଭ୍ୟନ୍ତରୀଣ ଷ୍ଟୋରେଜ ଦରକାର। ଆପଣ ଯଦି ଓିଣ୍ଡୋଜ- ୧୦କୁ ଅପଗ୍ରେଡ କରିନାହାନ୍ତି ତବେ ଓ୍ବିଣ୍ଡୋଜ ୮.୧ ବ୍ୟବହାର କରିପାରିବେ କିନ୍ତୁ କମ୍ପାନୀ ମଧ୍ୟ ଏହାକୁ ୧୦ ଜାନୁଆରୀ ୨୦୨୩ରେ ବନ୍ଦ କରିଦେବ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ଯେତେବେଳେ ମାଇକ୍ରୋସଫ୍ଟ ଓ୍ବିଣ୍ଡୋଜ- ୧୦ ବଜାର ପ୍ରବେଶ କରିଥିଲା କମ୍ପାନୀ ତରଫରୁ ଅପଗ୍ରେଡ଼ ମାଗଣା ରଖାଯାଇଥିଲା। ଏହି ସୁବିଧା ୨୯ ଜୁଲାଇ ୨୦୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା। ଏବେ କିନ୍ତୁ ଅପଗ୍ରେଡ କରିବା ପାଇଁ ପଇସା ଦେବାକୁ ପଡ଼ିବ। ଏହାର ମୂଲ୍ୟ ୯,୨୯୯ ଟଙ୍କା ରଖାଯାଇଛି।