ୱିମ୍ବଲଡନ୍‌: ବେରେଟିନି, ଗୌଫ୍ ୪ର୍ଥ ରାଉଣ୍ଡରେ

ଲଣ୍ଡନ୍‌: ଚଳିତ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ରେ ଶନିବାର ୬ଷ୍ଠ ଦିନ ଆରମ୍ଭରୁ ବର୍ଷା ଯୋଗୁଁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ଏହିଦିନ ୩ୟ ରାଉଣ୍ଡର ମୁକାବିଲା ସବୁ ଖେଳା ଯାଉଛି। ମହିଳା ସିଙ୍ଗଲ୍‌ସରେ ୧୬ନଂ ସିଡ୍‌ ରୁଷିଆର ଆନାଷ୍ଟାସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ୭-୫, ୬-୩ ସେଟ୍‌ରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ପରାସ୍ତ କରିଛନ୍ତି।

ମହିଳା ସିଙ୍ଗଲ୍‌ସରେ ୨୦ନଂ ସିଡ୍ ଆମେରିକାର କୋକୋ ଗୌଫ୍ ୬-୩, ୬-୩ ସେଟ୍‌ରେ ସ୍ଲୋଭେନିଆର କାଜା ଜୁୱାନ୍‌ଙ୍କୁ ପରାସ୍ତକରି ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୫ନଂ ସିଡ୍‌ ଜର୍ମାନୀର ଆଞ୍ଜେଲିକ୍ କର୍ବର ୨-୬, ୬-୦, ୬-୧ ସେଟ୍‌ରେ ବେଲାରୁଷର ଆଲିଆକ୍‌ଜାଣ୍ଡ୍ରା ସାସ୍ନୋଭିଚ୍‌ଙ୍କୁ ପରାସ୍ତ କରିଛନ୍ତି। ୩୦ନଂ ସିଡ୍‌ ସ୍ପେନ୍‌ର ପାଓଲା ବାଡୋସା ୫-୭, ୬-୨, ୬-୪ ସେଟ୍‌ରେ ପୋଲାଣ୍ଡର ମାଗ୍‌ଦା ଲିନେଟ୍‌ଙ୍କୁ ପରାସ୍ତ କରିଛନ୍ତି।

ଏମାନଙ୍କୁ ଛାଡ଼ି ରୋମାନିଆର ସୋରାନା କ୍ରିଷ୍ଟିଆ ଓ ଅଷ୍ଟ୍ରେଲିଆର ଆୟଲା ଟମ୍‌ଲ୍ୟାନୋଭିଚ୍ ମଧ୍ୟ ବିଜୟୀହୋଇ ୪ର୍ଥ ରାଉଣ୍ଡରେ ସ୍ଥାନ ପାଇଛନ୍ତି। ପୁରୁଷ ସିଙ୍ଗଲ୍‌ସ ୩ୟ ରାଉଣ୍ଡରେ ୭ମ ସିଡ୍‌ ଇଟାଲୀର ମାଟ୍ଟିଓ ବେରେଟିନି ୬-୪, ୬-୪, ୬-୪ ସେଟ୍‌ରେ ​ସ୍ଲୋଭେନିଆର ଆଲ୍ୟାଜ୍ ବେଡେନ୍‌ଙ୍କୁ ପରାସ୍ତ କରିଛନ୍ତି। ୧୪ଶ ସିଡ୍‌ ପୋଲାଣ୍ଡର ହ୍ୟୁବର୍ଟ ହ୍ୟୁକାଜ୍ ୬-୩, ୬-୪, ୬-୨ ସେଟ୍‌ରେ କାଜାଖ୍‌ସ୍ତାନର ଆଲେକ୍‌ଜାଣ୍ଡର ବୁବ୍‌ଲିକ୍‌ଙ୍କୁ ପରାସ୍ତ କରିଛନ୍ତି। ୨୩ନଂ ସିଡ୍‌ ଇଟାଲୀର ଲୋରେଞ୍ଜୋ ସୋନେଗୋ ୬-୩, ୬-୪, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ଜେମ୍‌ସ ଡକ୍‌ୱର୍ଥଙ୍କୁ ପରାସ୍ତ କରିଛନ୍ତି। ବେଲାରୁଷର ଇଲ୍ୟା ଇଭାସ୍କା ମଧ୍ୟ ବିଜୟୀହୋଇ ୪ର୍ଥ ରାଉଣ୍ଡରେ ସ୍ଥାନ ପାଇଛନ୍ତି।

Comments are closed.