ୱିମ୍ବଲଡନ୍‌ – ଚତୁର୍ଥ ରାଉଣ୍ଡରେ ପ୍ଲିସକୋଭା, ସାବାଲେଙ୍କା

ଲଣ୍ଡନ: ୱିମ୍ବଲଡନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସ ବିଭାଗର ଚତୁର୍ଥ ରାଉଣ୍ଡକୁ ପ୍ରବେଶ କରିଛନ୍ତି ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସକୋଭା। ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ପ୍ଲିସକୋଭା ସିଧାସଳଖ ୬-୩, ୬-୩ ସେଟ୍‌ରେ ମାର୍ଟିନକୋଭାଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ରେ ପ୍ଲିସକୋଭା ସଂପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ମାର୍ଟିନକୋଭାଙ୍କୁ ସହଜରେ ପରାସ୍ତ କରିଥିଲେ।

ସେହିପରି ମହିଳା ସିଙ୍ଗଲ୍‌ସ ବିଭାଗର ଅନ୍ୟ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ବେଲାରୁଷର ସାବାଲେଙ୍କା ସିଧାସଳଖ ୬-୦, ୬-୩ ସେଟ୍‌ରେ ମାରିଆ କାମିଲାଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌ରେ ସାବାଲେଙ୍କା ଚମତ୍କାର ପ୍ରଦର୍ଶନ କରିବା ସହ ଏକତରଫା ଭାବେ ମ୍ୟାଚ୍‌ ଜିତିଥିଲେ। ସେହିପରି ପୋଲାଣ୍ଡର ଇଗା ସ୍ବାଟେକ୍‌ ସିଧାସଳଖ ୬-୧, ୬-୦ ସେଟ୍‌ରେ ବେଗୁଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ରାଇବାକିନା ୬-୧, ୬-୪ ସେଟ୍‌ରେ ରୋଜର୍ସଙ୍କୁ ଓ ସାମସୋନୋଭା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୬-୨, ୨-୬, ୬-୪ ସେଟ୍‌ରେ ଷ୍ଟିଫେନ୍‌ସଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଟ୍ୟୁନିସିଆର ଜାବେଉର୍‌ ସ୍ପେନର ମୁଗୁରୁଜାଙ୍କୁ ୫-୭, ୬-୩, ୬-୨ ସେଟ୍‌ରେ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ପୁରୁଷ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ରୁଷିଆର କାରେନ୍ କାଚାନୋଭ୍‌ ସିଧାସଳଖ ୬-୩, ୬-୪, ୬-୪ ସେଟ୍‌ରେ ଟାଇଫୁଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଚିଲିର କ୍ରିଷ୍ଟିଆନ୍‌ ଗାରିନ୍‌ ୬-୪, ୬-୩, ୪-୬, ୬-୪ ସେଟ୍‌ରେ ମାର୍ଟିନେଜ୍‌ଙ୍କୁ ଓ ରୁଷିଆର ରୁବଲେଭ୍‌ ୬-୩, ୭-୫, ୬-୪, ୬-୨ ସେଟ୍‌ରେ ଫୋଗନିନିଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Comments are closed.