କର୍ବର ମହିଳା ସିଙ୍ଗଲ୍‌ସ ଚମ୍ପିଆନ

0

ଲଣ୍ଡନ : ଜର୍ମାନୀର ଆଞ୍ଜେଲିକ୍‌ କର୍ବର ଚଳିତବର୍ଷ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୧ଶ ସିଡ୍‌ କର୍ବର ୬-୩, ୬-୩ ସେଟ୍‌ରେ ୨୫ଶ ସିଡ୍‌ ତଥା ପୂର୍ବତନ ଏକ ନମ୍ବର ଖେଳାଳି ଆମେରିକାର ସେରେନା ୱିଲିୟମ୍‌ସଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ଏକ ଘଣ୍ଟା ଧରି ଚାଲିଥିଲା। କର୍ବର କ୍ୟାରିୟରରେ ପ୍ରଥମ ଥର ଏଠାରେ ଚମ୍ପିଆନ ହେବାର ସୌଭାଗ୍ୟଲାଭ କରିଛନ୍ତି। ଅପରପକ୍ଷରେ ଅଷ୍ଟମ ୱିମ୍ବଲଡନ ଟାଇଟଲ ହାସଲ ଲକ୍ଷ୍ୟ ରଖିଥିବା ସେରେନାଙ୍କୁ ଏଥର ନିରାଶ ହେବାକୁ ପଡିଛି। ପୁରସ୍କାର ବାବଦରେ କର୍ବରଙ୍କୁ ଟ୍ରଫି ସହ ୨୨,୫୦,୦୦୦ ପାଉଣ୍ଡ ଓ ସେରେନାଙ୍କୁ ୧୧,୨୫,୦୦୦ ପାଉଣ୍ଡ ପ୍ରଦାନ କରାଯାଇଛି।

Leave A Reply