୯୦% ମୁସଲମାନ ଭୋଟ୍‍ ନପାଇଲେ କଂଗ୍ରେସ ହାରିବ: କମଳନାଥ

0

ନୂଆଦିଲ୍ଲୀ : ‘ମୁସଲମାନ ସମ୍ପ୍ରଦାୟର ଭୋଟ୍‍ ନପାଇଲେ କଂଗ୍ରେସ ବଡ଼ ପରାଭବ ଭୋଗିବ। କଂଗ୍ରେସକୁ ଅନ୍ୟୂନ ୯୦ପ୍ରତି ମୁସଲମାନ ଭୋଟ୍‍ ହାସଲ କରିବାକୁ ପଡ଼ିବ। ପୂର୍ବ ପରିସ୍ଥିତିକୁ ଅନୁଶୀଳନ ପୂର୍ବକ ମୁଓଲମାନ ଅଧ୍ୟୁସିତ ବୁଥ୍‍ଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ।’ ମଧ୍ୟପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ଏଭଳି ମନ୍ତବ୍ୟ ଆଧାରିତ ଏକ ଭିଡିଓ ବୁଧବାର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ କଂଗ୍ରେସ ମୁସଲମାନଙ୍କୁ ପ୍ରଭାବିତ କରି ଭୋଟ୍‍ ହାସଲ କରିବାକୁ ଚାହୁଁଛି। ଏହା କଂଗ୍ରେସର ସାମ୍ପ୍ରଦାୟିକ ମନୋଭବର ପରିଚୟ ବୋଲି ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି।

Leave A Reply