କୂଅରୁ ବାରହା ଉଦ୍ଧାର

ନନ୍ଦନକାନନ : ବାରଙ୍ଗ ଥାନା ଅନ୍ତର୍ଗତ ସୀତାରାମ ବଜାର ଲେବଲ କଲୋନୀର ଏକ କୂଅରୁ ଶନିବାର ସକାଳେ ବନବିଭାଗ କର୍ମଚାରୀ ଏକ ଜଙ୍ଗଲୀ ବାରହାକୁ ଉଦ୍ଧାର କରି ନିକଟସ୍ଥ ଚନ୍ଦକା ଜଙ୍ଗଲରେ ଛାଡିଛନ୍ତି। ଉକ୍ତ ବାରହାଟି ବାରଙ୍ଗ ଚୁଡଙ୍ଗ ଜଙ୍ଗଲରୁ କାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜନବସତିକୁ ପଶି ଆସିଥିଲା। ସୀତାରାମ ବଜାର ଲେବଲ କଲୋନୀର ଏକ କୂଅରେ ପଡିଯାଇଥିଲା। ଆଜି ସକାଳୁ କଲୋନୀର ମହିଳାମାନେ ପାଣି ଆଣିବାକୁ ଆସି ବାରହା ପଡିଥିବା ଦେଖି ଡାକ ପକାଇଥିଲେ। ଖବର ପାଇ ଚନ୍ଦକା ବନ ବିଭାଗ କର୍ମଚାରୀଙ୍କ ସମେତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫରେଷ୍ଟ ଗାର୍ଡ ତଥା ଜନ୍ତୁ ନିଶ୍ଚେତକ ରାମଚନ୍ଦ୍ର କାଣ୍ଡି ଏକ ଜାଲ ସାହାଯ୍ୟରେ ବାରହାଟିକୁ ଉଦ୍ଧାର କରିଥଲେ।

Comments are closed.