ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଇକମାଳ  :  ପାଇକମାଳ ଥାନା ଝିଟିକି ପଞ୍ଚାୟତର ଶୋଭାପତି ଧରୁଆ (୪୬) କୁ ଶୁକ୍ରବାର ସକାଳେ ଧାନ ମଡାଇ ଫେରୁଥିବା ବେଳେ କପିଳାସପୁର ରାସ୍ତାରେ ଗୋଟିଏ ଭାଲୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କର ଡାହାଣ ହାତ ଓ ମୁଣ୍ତରେ ଗଭୀର ଆଘାତ ହୋଇଛି । ତାଙ୍କୁ ପ୍ରଥମେ ପାଇକମାଳ ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ପଦ୍ମପୁରକୁ ପଠାଇ ଦିଆଯାଇଛି ।

Comments are closed.