ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ଗୁୁରୁତର

ଚୌଦ୍ୱାର: ପାରିବାରିକ ଘଟଣାକୁ କେନ୍ଦ୍ରକରି ଉତ୍ୟକ୍ତ ସ୍ୱାମୀର କଇଁଚିି ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଘଟଣା ଚୌଦ୍ୱାରରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶଯେ ପୌରପାଳିକା ଅଧିନ ଖର୍ଦ୍ଦା ସାହିର ଫକୀର ସାହୁ ନାମକ ଜନୈକ ଟେଲର ଦୋକାନୀ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ କୌଣସି କାରଣକୁ ନେଇ ଶନିବାର ଅପରାହ୍ନରେ କଳିଝଗଡା ଲାଗିବା ସହିତ କଥା କଟାକଟି ହୋଇଥିଲା। ଏଥିରେ ଫକୀର ଉତ୍ୟକ୍ତ ହୋଇ ଏକ କପଡା କଟା କଇଁଚି ଆଣି ସ୍ତ୍ରୀ ବାସନ୍ତୀଙ୍କ ମୁଣ୍ଡରେ ଭୁଷି ଦେଇଥିଲେ। ବାସନ୍ତୀଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହିତ ସେ ଗୁରୁତର ହୋଇ ଅଚେତ ଅବସ୍ଥାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାସନ୍ତୀଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ଫକୀରଙ୍କୁ ଥାନାକୁ ଆଣି ଅଟକ ରଖିଛି।

Comments are closed.