ଆଗ୍ନେୟଗିରି ମଧ୍ୟକୁ ଖସିପଡିଥିବା ପତିଙ୍କୁ ଉଦ୍ଧାର କଲେ ନବ ବିବାହିତା ପତ୍ନୀ

ନ୍ୟୁୟର୍କ .- କାରେବିଆନ ସାଗର ନିକଟସ୍ଥ ଏକ ଦ୍ୱୀପକୁ ବିବାହ ପରେ ଯାଇଥିବା ନବ ବିବାହିତ ଦମ୍ପତିଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା । ଏକ ସୁପ୍ତ ଆଗ୍ନେୟଗିରି ନିକଟରେ ବୁଲୁଥିବା ସମୟରେ ପତି ଆଗ୍ନେୟଗିରି ମଧ୍ୟକୁ ଖସି ପଡିଥିଲେ। ଆଗ୍ନେୟଗିରି ଲଭାର ପାଉଁଶ ହଠାତ୍‌ ଧସିଯିବାରୁ ସେ ଖସି ଯାଇଥିଲେ । କ୍ଲେ ଚାଷ୍ଟିଆନ୍‌ ଓ ଆକାମାଇ ଚାଷ୍ଟିୟାନ ନାମକ ନବ ଦମ୍ପତି ଆଗ୍ନେୟଗିରି ନିକଟରେ ବୁଲୁଥିବା ସମୟରେ ଏହା ଘଟିଥିଲା ।

ପର୍ବତର ୩ହଜାର ୮ଶହ ଫୁଟ୍‌ ଉପରେ କ୍ଲେ ଖସି ପଡିଥିଲେ । ଏହାପରେ ତାଙ୍କର ପତ୍ନୀ ସାହାସ ଦେଖାଇ ଆଗ୍ନେୟଗିରି ମଧ୍ୟକୁ ପ୍ରାୟ ୫୦ ଫୁଟ୍‌ ପଶି କ୍ଲେଙ୍କୁ ଉଦ୍ଧାର କରିଥିଲେ । ସେହି ସମୟରେ କ୍ଲେଙ୍କ ମୁଣ୍ଡରେ ଆଘାତ ଲାଗି ଖପୁରୀର ଅନେକ ସ୍ଥାନ ଫାଟିଯାଇଥିଲା । କ୍ଲେଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପରେ ଆମେରିକା ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ସୁସ୍ଥ ହେଉଥିବା ଜଣାପଡିଛି । ତାଙ୍କ ଶରୀରର ଅନେକ ସ୍ଥାନରେ ଅସ୍ତ୍ରୋପଚାର କରାଯାଇଛି । ଏବେ ସେ ଚଲାବୁଲା କରି ପାରୁଛନ୍ତି ।

Comments are closed.