ସ୍ବାମୀ ହନ୍ତା ସ୍ତ୍ରୀ….. ୩୦ ହଜାର ସୁପାରୀରେ ପୋଛିଦେଲା ନିଜ ମଥାର ସିନ୍ଦୁର

ମୋହନା: ନିଜ ସିନ୍ଦୁର ପୋଛିବା ପାଇଁ ୩୦ ହଜାର ଟଙ୍କାର ଡିଲ୍।ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଅଞ୍ଚଳରେ। ପରକୀୟା ପ୍ରୀତିରେ ପାଗଳ ହୋଇ ସ୍ତ୍ରୀ ନିଜ ରାସ୍ତାରୁ ସ୍ବାମୀକୁ ଘଟାଇବା ପାଇଁ ରଚିଥିଲା ଷଡଯନ୍ତ୍ର। ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୩୦ ହଜାର ଟଙ୍କା ଓ ୩ ଜଣ ସୁପାରି କିଲରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଆଉ ହତ୍ୟା କରିବାରେ ସଫଳ ମଧ୍ୟ ହୋଇଥିଲା ସ୍ବାମୀ ହନ୍ତା ସ୍ତ୍ରୀ।

ସୂଚନାଅନୁସାରେ ନୂତନ ବର୍ଷର ଆରମ୍ଭ ଜାନୁଆରୀ ୧ରେ ମୋହନା ବ୍ଲକର ଅଡବାଥାନା ଅଞ୍ଚଳରୁ ଏକ ମୃତଦେହ ଠାବ କରାଯାଇଥିଲା। ପୁଲିସ ମୃତଦେହଟିକୁ ଜବଦ କରିବା ସହ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ମୃତକଙ୍କ ପରିଚୟ ଜାଣିବା ପାଇଁ ପୁଲିସ ସମସ୍ତ ଥାନାକୁ ମୃତଦେହର ଫଟୋ ପଠାଇବା ସହ ସୋସିଆଲ ମିଡିଆରେ ମଧ୍ୟ ଛାଡିଥିଲେ। ସୋସିଆଲ ମିଡିଆରେ ମୃତଦେହକୁ ଦେଖି ମୃତକଙ୍କ ଭାଇ ଥାନାରେ ପହଞ୍ଚିଥିଲେ। ଆଉ ଏହା ପରେ ପଲିସ ପାଇଥିଲା ପରିଚୟ। କଳାହାଣ୍ଡି ବୋଲାମୁଣ୍ଡା ଅଞ୍ଚଳ ଯୁବରାଜ ଚଣ୍ଡୀ ପେଶାରେ ଜଣେ ଗାଡ଼ି ଚାଳକ।ସେ ରାୟଗଡା ବିଡିଓଙ୍କ ଡ୍ରାଇଭର ଭାବେ କାର୍ୟ୍ୟକରୁଥିଲେ। ୧୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଯୁବରାଜ । ବିବାହ ପରେ ଉଭୟ ମୁନିଗୁଡା ଗୁପ୍ତା କଲୋନୀରେ ରହୁଥିଲେ। ଉଭୟଙ୍କର ବର୍ତ୍ତମାନ ୧୨ ବର୍ଷ ଓ ୭ ବର୍ଷର ଦୁଇଟି ପିଲା ଅଛନ୍ତି। ହେଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁନଥିଲା। କଥା କଥାରେ ପାଟିତୁଣ୍ଡ ହେଉଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ଫାଟର ସୁଯୋଗ ନେଇଥିଲା ଜଣେ ଫଳ ବ୍ୟବସାୟୀ। ଭଲ ପାଇବା ଜାଲରେ ଫସାଇ ଦେଇଥିଲା ଯୁବରାଜର ସ୍ତ୍ରୀକୁ । ଧୀରେ ଧୀରେ ଉଭୟଙ୍କ ପ୍ରେମ ନିବିଡ଼ ହେଲା।

ତେଣୁ ପ୍ରେମର ଅନ୍ଧ ହୋଇ ସ୍ୱାମୀକୁ ମାରିଦେବା ପାଇଁ ପ୍ରେମିକ ସହିତ ମିଶି ଷଡ଼ଯନ୍ତ୍ର ରଚିଥିଲା ଯୁବରାଜର ସ୍ତ୍ରୀ। ତେବେ ଗତ ୩୧ ତାରିଖରେ ଯୁବରାଜ ବନ୍ଧୁମାନଙ୍କ ସହ ଜିରୋ ନାଇଟ ସେଲିବ୍ରେସନ କରିବା ପାଇଁ ଯାଇଥିଲେ। ରାତିରେ ଯେତେବେଳେ ଜିରୋ ନାଇଟ ସେଲିବ୍ରେସନ ଫେରିଲେ, ଏହି ସମୟରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଦେଖିବାକୁ ପାଇଥିଲେ। ଏହା ଦେଖି ଯୁବରାଜ ରାଗିଯାଇ ହୋଇ ଉଭୟଙ୍କୁ ଗାଳି ଦେଇଥିଲେ। ଧରା ପଡ଼ିଯିବା ଭୟରେ ଯୁବରାଜଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକ ପୂର୍ବରୁ ସୁପାରି ଦେଇଥିବା ୩ କିଲରଙ୍କ ସହ ମିଶି ଯୁବରାଜଙ୍କୁ ବେଲଣାପେଡ଼ି କାଠି ଓ ତାୱାରେ ପିଟି ହତ୍ୟା କରିଥିଲେ। ପରେ ରକ୍ତାକ୍ତ ମରଶରୀରକୁ ବେଡସିଟ୍ ୩ ସୁପାରୀ କିଲର ଗଜପିତି ଜିଲ୍ଲା ଅଡ଼ବା ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ।

ଯୁବରାଜଙ୍କ ହତ୍ୟା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଯୁବରାଜଙ୍କ ସ୍ତ୍ରୀ ଉପରେ ସନ୍ଦେହ କରିଥିଲେ। ପୁଲିସ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ ଅସଲ ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ସମୟରେ ପୁଲିସ ଯୁବରାଜ ରହୁଥିବା ଘରର ଏକ କୋଣରୁ ରକ୍ତର ଛିଟା ପାଇଥିଲା ଏହା ପରେ ଯୁବରାଜର ସ୍ତ୍ରୀକୁ ଜେରା କରିବାରୁ ସତ ମାନିଥିଲା ଯୁବରାଜର ସ୍ତ୍ରୀ ଏବଂ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ପୁଲିସ ଯୁବରାଜର ସ୍ତ୍ରୀକୁ ଗିରଫ କରି ତଦନ୍ତ ଚଳାଇଛି। ଯୁବରାଜର ସ୍ତ୍ରୀ ସହ ସହଯୋଗ କରିଥିବା ପ୍ରେମିକ ଏବଂ ୩ ଜଣ ସୁପାରୀକିଲର ଫେରାର ଅଛନ୍ତି।

Comments are closed.