ନୌସେନା ନାବିକଙ୍କୁ ହତ୍ୟା କଲେ ପତ୍ନୀ

ପାଣାଜୀ : ଭାରତୀୟ ନୌସେନାରେ କାର୍ଯ୍ୟ କରିଆସୁଥିବା ଜଣେ ନାବିକଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ ମୃତ ନାବିକ ହେଉଛନ୍ତି କୌଶଳେନ୍ଦ୍ର ପ୍ରତାପ ସିଂହ। ସେ ​‌ଡାବୋଲିମସ୍ଥିତ ନୌସେନାର ବିମାନଘାଟିରେ କାର୍ଯ୍ୟ କରୁଥିଲେ। ସେ ନିୟମିତ ମଦ୍ୟପାନ ପୂର୍ବକ ପତ୍ନୀଙ୍କୁ ମାରପିଟ୍ କରୁଥିଲେ। ଉଭୟ ପତି ଓ ପତ୍ନୀ ଭାସ୍କୋଡାଗାମା ସହରରେ ରହୁଥିଲେ। ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାତିରେ କୌଶଳେନ୍ଦ୍ର ଶୋଇଥିବାବେଳେ ପତ୍ନୀ ରୋଷେଇ ଘରୁ ଛୁରି ଆଣି ତାଙ୍କୁ ଆକ୍ରମଣ କରିଥିଲେ। ମଦ୍ୟପାନ କରିଥିବାରୁ କୌଶଳେନ୍ଦ୍ର କୌଣସି ପ୍ରତିବାଦ କରିବାକୁ ଶକ୍ତି ପାଇ ନଥିଲେ। ରବିବାର ସକାଳେ ପତ୍ନୀ ପଡୋଶୀଙ୍କୁ ଡାକି ସ୍ବାମୀଙ୍କୁ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପତ୍ନୀ ନିଜର ଅପରାଧ ସମ୍ପର୍କରେ ସ୍ବୀକାର କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

Comments are closed.