ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ବିଧବା ହେଲେ ମହିଳା କଏଦୀ

ନୟାଗଡ: ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି। ଆଉ ସେହି ଜେଲରେ ବିଚାରାଧୀନ କଏଦୀ ଥିବା ମୃତକଙ୍କ ସ୍ତ୍ରୀ ବିଧବା ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଉପ କାରାଗାରରେ ରବିବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ବାଣିଗୋଛା ଗାଁର କୃଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ପ୍ରଭାସିନୀ ଗତ ଚାରି ମାସ ହେବ ଦଶପଲ୍ଲା ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଆସୁଥିଲେ। ଗତକାଲି ରାତିରେ ୪୫ ବର୍ଷୀୟ କୃଷ୍ଣଚନ୍ଦ୍ର ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ରାତିରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁଣି ଉପ କାରାଗାରକୁ ଅଣାଯାଇଥିଲା। କିନ୍ତୁ ରବିବାର ସକାଳେ ସେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.