ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ସଫଳତା

କୁଲିଜ୍ (ଆଣ୍ଟିଗ୍ବା) :  ୱେଷ୍ଟଇଣ୍ଡିଜ୍ ‘ଏ’ ବିପକ୍ଷରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ବିଶେଷକରି ପେସ୍ ବୋଲର ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ପ୍ରଦର୍ଶନ ପ୍ରଥମ ଟେଷ୍ଟମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଉତ୍ସାହିତ କରିଛି। ଚେତେଶ୍ବର ପୂଜାରାଙ୍କ ଅପରାଜିତ ଶତକ ବଳରେ ଭାରତ ୫ ୱିକେଟରେ ୨୯୭ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ପରେ ୱେଷ୍ଟଇଣ୍ଡିଜ୍ ‘ଏ’ ରବିବାର ପ୍ରଥମ ଇନିଂସରେ ୧୮୧ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍ ‘ଏ’ର ଜରେମି ସୋଲୋଜାନୋ ୯ ଏବଂ ବ୍ରାଣ୍ଡନ୍ କିଙ୍ଗ୍ ୪ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଡ୍ୟାରେନ୍ ବ୍ରାଭୋ ୧୧ ରନ୍‌କରି ଉମେଶ ଯାଦବଙ୍କ ଶିକାର ହୋଇଥିବା ବେଳେ ଜେସନ୍ ମହମ୍ମଦ ୬ ରନ୍‌କରି ରନ୍‌ଆଉଟ ହୋଇଥିଲେ। ଓପ୍‌ନର କାଭେମ୍ ହଜ୍ ଲଢ଼ୁଆ ବ୍ୟାଟିଂକରି ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ ହୋଇଥିଲେ। ହଜ୍ ୧୦୦ ବଲ୍‌ ଖେଳି ୮ଟି ଚୌକା ସହ ୫୧ ରନ୍ କରିଥିଲେ। ଜୋନାଥନ୍ କାର୍ଟର ଦ୍ରୁତ ୨୬ ରନ୍ କରିଥିଲେ। ଅଧିନାୟକ ଜାହ୍‌ମାର ହାମିଲଟନ୍ ୩୩, ରୋଭ୍‌ମ୍ୟାନ୍ ପୱେଲ ୧୬ ଓ ଖାରି ପିଏରେ ୧୭ ରନ୍‌ କରିଥିଲେ। ଈଶାନ୍ତ ଶର୍ମା, ଉମେଶ ଯାଦବ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ନେଇଛନ୍ତି।

Comments are closed.