ଜାଣନ୍ତୁ ବିବାହରେ ହଳଦୀ ପ୍ରୟୋଗର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଭାରତୀୟ ରୀତିନୀତି ଅନୁଯାୟୀ, ଗୋଟିଏ ପରମ୍ପରା ହେଉଛି ବିବାହ ପୂର୍ବରୁ ହଳଦୀ ଲଗାଇବା। ହଳଦୀ ଲଗାଇବାକୁ ଖୁବ ଶୁଭ ବୋଲି ବିବେଚନା କରାଯାଏ। ଏହି ହଳଦୀ ଉଭୟ ବର ଓ କନ୍ୟାଙ୍କୁ ଲଗାଯାଏ। ଏହି ପରମ୍ପରାର ପାଇଁ ସ୍ୱତନ୍ତ୍ର ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଜାଣନ୍ତୁ….
ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ –
ଭାରତୀୟ ପରମ୍ପରା ଅନୁଯାୟୀ ବିବାହରେ ହଳଦୀର ପ୍ରୟୋଗ ଖୁବ ଶୁଭ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହା ଏକ ଆବଶ୍ୟକ ପରମ୍ପରା।
ହଳଦୀର ପ୍ରୟୋଗରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ନକରାତ୍ମକ ଶକ୍ତି ପ୍ରଭାବରୁ ରକ୍ଷା ପାଇବା ପାଇଁ ଏହାର ବ୍ୟବହାର କରାଯାଏ।
ପ୍ରାକୃତିକ ଦ୍ରବ୍ୟର ବ୍ୟବହାରରେ ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଥାଏ। ବିଶେଷଜ୍ଞଙ୍କ ମତରେ ହଳଦୀରେ ବହୁ ଔଷଧୀୟ ଗୁଣ ରହିଛି। ହଳଦୀ ପ୍ରୟୋଗରେ ମୁହଁ ସଫା, ସୁନ୍ଦର ଚମକ ବଢିଥାଏ। ଏହା ଏକ ପ୍ରାକୃତିକ ଆଣ୍ଟି-ବାୟୋଟିକ ମଧ୍ୟ।
ଶରୀରର କୌଣସି ସ୍ଥାନରେ ଖଣ୍ଡିଆର ଦାଗ ଥିଲେ, ହଳଦୀ ଲଗାଇଲେ ଏହି ଚିହ୍ନ ଦୂର ହୋଇଥାଏ।
ବିବାହ ସମୟରେ ବହୁ କାମ ଥିବା ହେତୁ ମୁଣ୍ଡ ବିନ୍ଧ୍ୟା ଆଦି ହୋଇଥାଏ। ହଳଦୀରେ ଥିବା ପୋଷକ ତତ୍ତ୍ୱ ଏହି ସମ୍ୟାରୁ ମୁକ୍ତି ଦେଇଥାଏ।

Comments are closed.