ଫାଶୀଦଣ୍ଡ ଶୁଣାଇବା ପରେ କଲମ ମୁନ ଭାଙ୍ଗି ଦିଅନ୍ତି ବିଚାରପତି, ଜାଣନ୍ତୁ କାହିଁକି

(ସମାଜ ପୋର୍ଟାଲ ଡେସ୍କ): ଆପଣମାନେ ଅନେକ ଥର ଚଳଚ୍ଚିତ୍ରରେ ଦେଖିଥିବେ ଓ ଲୋକଙ୍କଠାରୁ ମଧ୍ୟ ଶୁଣିଥିବେ ଯେ, କୋର୍ଟରେ ବିଚାରପତି କୌଣସି ଅପରାଧୀକୁ ଫାଶୀ ଦଣ୍ଡ ଶୁଣାଇବା ପରେ ତୁରନ୍ତ ଦଣ୍ଡାଦେଶର ରାୟ ଲେଖିଥିବା କଲମର ମୁନକୁ ଭାଙ୍ଗି ଦିଅନ୍ତି। ହେଲେ କ’ଣ ଆପଣ ଏହାର କାରଣ ଜାଣନ୍ତି? କାହିଁକି ବିଚାରପତିଙ୍କ ଦ୍ୱାରା ଏପରି କରାଯାଏ? ତେବେ ଆସନ୍ତୁ ଜାଣିବା ଏ ସଂକ୍ରାନ୍ତ ସମ୍ପୂର୍ଣ୍ଣ ତଥ୍ୟ-

-ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ ଯେ, ଏହି ବ୍ୟବସ୍ଥା କେବଳ ଭାରତରେ ପ୍ରଚଳିତ। ଭାରତୀୟ ଆଇନ ଅନୁସାରେ, ଦୋଷୀକୁ ଫାଶୀ ତଥା ମୃତ୍ୟୁଦଣ୍ଡର ରାୟ ଶୁଣାଣି ପରେ ରାୟ ଲେଖାଯାଇଥିବା କଲମର ମୁନକୁ ଭାଙ୍ଗି ଦିଆଯାଏ।
-ଭାରତୀୟ ଆଇନ ବ୍ୟବସ୍ଥାରେ ଫାଶୀ ସବୁଠାରୁ ବଡ଼ ଦଣ୍ଡ ହୋଇଥାଏ। ଜଘନ୍ୟତମ ଅପରାଧ ମାମଲାରେ ହିଁ ଦୋଷୀକୁ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି।
-ପୁନର୍ବାର ଏଭଳି ଅପରାଧ ନ ଘଟୁ, ଏହି ଆଶାରେ ଏଭଳି ମାମଲାରେ ଫାଶୀ ଦଣ୍ଡର ରାୟ ଲେଖିବା ପରେ ବିଚାରପତି ସେହି କଲମର ମୁନ ଭାଙ୍ଗି ଦିଅନ୍ତି।

-ଏହାର ଆଉ ଏକ କାରଣ ମଧ୍ୟ କୁହାଯାଏ ଯେ, ଏହି ଦଣ୍ଡାଦେଶ ପରେ ଏକ ବ୍ୟକ୍ତିର ଜୀବନ ଶେଷ ହୋଇଯାଏ, ତେଣୁ ଏହି ଦଣ୍ଡ ଶୁଣାଇବା ପରେ କଲମ ମୁନ ଭାଙ୍ଗି ଦିଆଯାଏ। ଫଳରେ ସେହି କଲମର ଜୀବନ ମଧ୍ୟ ଶେଷ ହୋଇଯାଉ ଓ ପୁନର୍ବାର ସେହି କଲମରେ ଆଉ କିଛି ଲେଖା ନ ଯାଉ।
-ଏହା ମଧ୍ୟ କୁହାଯାଏ ଯେ, ଯଦି ଫାଶୀ ଦଣ୍ଡାଦେଶ ପରେ କଲମର ମୁନ ଭଙ୍ଗା ସରିଛି, ତେବେ ଏହାପରେ ନିଜେ ସେହି ବିଚାରପତିଙ୍କର ମଧ୍ୟ ଅଧିକାର ନାହିଁ ଦ୍ୱିତୀୟ ଥର ପାଇଁ ସେହି ନିଷ୍ପତ୍ତିକୁ ବଦଳାଇବା କିମ୍ବା ଏଥିପାଇଁ ଭାବିବା। କଲମ ମୁନ ଭଙ୍ଗା ସରିବା ପରେ ସେହି ନିଷ୍ପତ୍ତି ଉପରେ ପୁନଃ ବିଚାର କରାଯାଇ ପାରିବନାହିଁ।

Comments are closed.