ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ

0

ଦୀର୍ଘଦିନ ଇଂରାଜୀ ଶାସନାଧିନ ଥିବା ଭାରତ ୧୯୪୭ ମସିହା ଅଗଷ୍ଟ୧୫ ତାରିଖରେ ସ୍ୱାଧୀନ ହେଲା। ସ୍ୱାଧୀନତାର ୩ବର୍ଷ ପରେ ଅର୍ଥାତ୍‍ ୧୯୫୦ ମସିହା ଜାନୁଆରୀ୨୬ ତାରିଖରେ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା। ସମ୍ବିଧାନ ତିଆରି ହେବା ପ୍ରକ୍ରିୟାରେ ୨ବର୍ଷ, ୧୧ମାସ ଓ ୧୮ଦିନ ସମୟ ଲାଗିଥିଲା। ଏହାର ନିର୍ମାଣ ପାଇଁ ଏକ ଡ୍ରାଫ୍ଟିଂ କମିଟି ଗଠନ କରାଯାଇଥିଲା। ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ସମ୍ମାନରେ ସମ୍ମାନିତ ଡକ୍ଟର ଭୀମରାଓ ଆମ୍ବେଦକର ଏହି କମିଟିର ଅଧ୍ୟକ୍ଷ ଥିଲେ। ସମ୍ବିଧାନ ପ୍ରଣୟନ ହେବା ପରେ ଭାରତ ଏକ ସାର୍ବଭୌମ୍ୟ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଗଣିତ ହେଲା। ୨୬ ଜାନୁଆରୀ ୧୯୫୦ରେ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ୨୧ ତୋପ ସଲାମୀ ସହ ଜାତୀୟ ପତାକା ଉତ୍ତୋଳନ କରି ଭାରତକୁ ପୂର୍ଣ୍ଣ ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷିତ କରିଥିଲେ। ଏହା ଐତିହାସିକ ଦିନ ଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ସାରା ଦେଶରେ ଏହି ଦିନକୁ ସାଧାରଣତନ୍ତ୍ର ବା ଗଣତନ୍ତ୍ରଦିବସ ଭାବେ ପାଳନ କରାଯାଏ ଓ ଏହିଦିନ ରାଷ୍ଟ୍ରୀୟ ଛୁଟି ଘୋଷଣା କରାଯାଏ।

ଆମ ସମ୍ବିଧାନ ଦେଶର ନାଗରିକମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ନିଜ ସରକାର ବାଛିବାର କ୍ଷମତା ପ୍ରଦାନ କରିଥାଏ। ୧୯୩୦ ମସିହାରେ ଭାରତୀୟ ଗଣତନ୍ତ୍ର ଏକ ସ୍ୱପ୍ନ ରୂପେ ପରିକଳ୍ପିତ ହୋଇଥିଲା ଯାହା ୧୯୫୦ ମସିହାରେ ସାକାର ହେଲା।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Leave A Reply