ରେଳ ଷ୍ଟେସନରେ କାହିଁକି ଲେଖାହୁଏ ସମୁଦ୍ର ତଳରୁ ଉଚ୍ଚତା

0

ନୂଆଦିଲ୍ଲୀ: ଭାରତୀୟ ରେଳ ବିଶ୍ୱର ଦ୍ୱିତୀୟ ବୃହତ୍‍ ରେଳ ନେଟୱାର୍କ। ଆଜି ମଧ୍ୟ ଦେଶର ପ୍ରମୁଖ ନିଯୁକ୍ତି ପ୍ରଦାନ କରୁଥିବା ସଂସ୍ଥାନ ମଧ୍ୟରୁ ରେଳବାଇ ଅନ୍ୟତମ। ଏହି ବିଶାଳ ସଂସ୍ଥାନର କିଛି ବିଚିତ୍ର ନିୟମ ସମ୍ପର୍କରେ ଜାଣି ରଖିବା ଉଚିତ। ଏ ସମ୍ପର୍କରେ ଆପଣ କେବେ ଦୃଷ୍ଟି ଦେଇ ନଥିବେ। ଆପଣ କେବେ ଚିନ୍ତା କରିଛନ୍ତି କି, ଷ୍ଟେସନରେ ଲେଖା ଯାଉଥିବା ଫଳକ ତଳେ ସମୁଦ୍ର ତଳରୁ ଉଚ୍ଚତା କାହିଁକି ଲେଖା ହୋଇଥାଏ? କ’ଣ ରହିଛି ଏହାର ପ୍ରଚ୍ଛଦ କାରଣ ଆସନ୍ତୁ ଜାଣିବା –
ଭୂଖଣ୍ଡର ସମୁଦ୍ର ତଟରୁ ଉଚ୍ଚତାକୁ ମାପିବା ପାଇଁ ବୋର୍ଡକୁ ରେଳବାଇ ବ୍ୟବହାର କରିଥାଏ। ଏହାସହ ଯାତ୍ରୀମାନଙ୍କ କୌଣସି ସମ୍ପର୍କ ନଥିଲେ ମଧ୍ୟ ଏହା ଟ୍ରେନ ଚାଳକଙ୍କ ପାଇଁ ବେଶ୍‍ ଆବଶ୍ୟକ। ଆମେ ସମସ୍ତେ ଜାଣୁ ଯେ ପୃଥିବୀ ଗୋଲ। ଏଭଳି କ୍ଷେତ୍ରରେ ବିଶାଳ ଭୂଖଣ୍ଡକୁ ମାପିବାକୁ ବୈଜ୍ଞାନିକଙ୍କୁ ଏକ ବିଶାଳ ସମତଳ କ୍ଷେତ୍ରର ଆବଶ୍ୟକତା ରହିଛି। ବିଶାଳ ସମତଳ କ୍ଷେତ୍ର ଭାବେ ସମୁଦ୍ର ବ୍ୟତୀତ ଆଉ କ’ଣ ହୋଇପାରେ। ତେଣୁ ବୈଜ୍ଞାନିକମାନେ ସମୁଦ୍ର ତଟରୁ ଉଚ୍ଚତାକୁ ରେଳ ନେଟୱାର୍କ ସହ ଯୋଡ଼ି ଦେଇଛନ୍ତି। ଯଦି କୌଣସି ଟ୍ରେନ ସମୁଦ୍ର ତଟରୁ ୨୦୦ମି ଉଚ୍ଚତା ସମ୍ପନ୍ନ ଷ୍ଟେସନରୁ ୩୦୦ମିଟର ଉଚ୍ଚତା ସମ୍ପନ୍ନ ଷ୍ଟେସନକୁ ଗତି କରୁଛି, ତେବେ ଟ୍ରେନ ଚାଳକ ଏହି ଅନୁପାତରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିଥାଏ। ବେଗକୁ କେତେ ବୃଦ୍ଧି କଲେ ଟ୍ରେନଟି ନିର୍ଦ୍ଦିଷ୍ଟ ଗତିରେ ଧାବମାନ ହେବ ତାହା ସେହି ବୋର୍ଡରେ ଲେଖାଥିବା ସୂଚନା ଆଧାରରେ ନିର୍ଣ୍ଣୟ କରାଯାଏ। ଏହା ବ୍ୟତୀତ ଟ୍ରେନ ଲାଇନ ଉପରେ ଖଞ୍ଜା ଯାଇଥିବା ବିଦ୍ୟୁତ ତାରକୁ ସମାନ୍ତରାଳରେ ଖଞ୍ଜିବାକୁ ହେଲେ ଏହି ଉଚ୍ଚତାକୁ ଗୁରୁତ୍ୱ ଦିଆଯାଇ ଥାଏ। କାରଣ ଟ୍ରେନଟି ଉଚ୍ଚତାରୁ ତଳକୁ ଯିବା କିମ୍ବା ତଳୁ ଉଚ୍ଚକୁ ଯିବାକୁ ହେଲେ ଉପରେ ଲାଗିଥିବା ତାର ମଧ୍ୟ ସମାନ୍ତରାଳ ରହିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସମୁଦ୍ର ତଟର ଉଚ୍ଚତାକୁ ଷ୍ଟେସନରେ ଉଲ୍ଲେଖ କରାଯାଇଥାଏ।

Leave A Reply