କାହିଁକ-ଧନତେରାସ୍‌-ଦୀପାବଳିର ପୂର୍ବ ଦିନ ପାଳନ କରାଯାଇଥାଏ

0

ଏହି ଧନ୍‍ତେରସ୍‍ ସହ ଜଡ଼ିତ କିଛି କଥା ରହିଛି ,, ଦୀପାବଳିର ପୂର୍ବରୁ ଏହା ପାଳନ କରାଯାଏ। ଶାସ୍ତ୍ରରେ ବର୍ଣ୍ଣିତ ଧନ୍‍ତେରସରେ ଭଗବାନ ଧନ୍ୱନ୍ତରୀ ହାତରେ ସ୍ୱର୍ଣ୍ଣ କଳସ ନେଇ ସାଗର ମନ୍ଥନରୁ ଉତ୍ପନ ହୋଇଥିଲେ। କଳସୀରେ ରହିଥିବା ଅମୃତ ଦ୍ୱାରା ଦେବତାଙ୍କୁ ଅମର କରିଦେଇଥିଲେ। ଧନ୍ୱନ୍ତରୀ ଉତ୍ପନ ହେବାର ଦୁଇଦିନ ପରେ ମା’ଲକ୍ଷ୍ମୀ ପ୍ରକଟ ହୋଇଥିଲେ। ତେଣୁ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନ୍‍ତେରସ୍‍ ପାଳନ କରାଯାଏ।

ଶାସ୍ତ୍ର ଅନୁଯାୟୀ ଭଗବାନ ଧନ୍ୱନ୍ତରୀ ଦେବତାମାନଙ୍କ ବୈଦ୍ୟ ଅଟନ୍ତି। ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଆରୋଗ୍ୟ ସୁଖ ଅର୍ଥାତ୍‍ ସ୍ୱାସ୍ଥ୍ୟ ନିରୋଗ ରହିଥାଏ।

ଭଗବାନ ଧନ୍ୱନ୍ତରୀଙ୍କୁ ବିଷ୍ଣୁଙ୍କ ଅବତାର ମଧ୍ୟ କୁହାଯାଏ। ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ଏବଂ ପ୍ରସାର ପାଇଁ ଭଗବାନ ବିଷ୍ଣୁ ଧନ୍ୱନ୍ତରୀଙ୍କ ଅବତାର ଗ୍ରହଣ କରିଥିଲେ।

ଆଲେଖ୍ୟ-ସସ୍ମିତା ମହାନ୍ତି

Leave A Reply