ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୧୧.୩୯%କୁ ବୃଦ୍ଧି

୨୦୨୧ ଅଗଷ୍ଟରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୧୧.୩୯%କୁ ବୃଦ୍ଧି ପାଇଛି। ଗତ ବର୍ଷ ଅଗଷ୍ଟ ସୁଦ୍ଧା ଏହା ୦.୪୧% ପ୍ରତିଶତ ଥିଲା। ବିଶେଷ ଭାବେ ଦେଶରେ ବିନିର୍ମାଣ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁ ଅଧିକ ମୁଦ୍ରାସ୍ଫୀତି ଦେଖା ଦେଇଛି। ତେବେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ହ୍ରାସ ପାଇଥିବାରୁ ସାଧାରଣ ଜନଜୀବନ ପାଇଁ କିଛିଟା ଆଶ୍ବସ୍ତି ମିଳିଛି। ୨୦୨୧ ଡିସେମ୍ବରରେ ପୁଣି ମୁଦ୍ରାସ୍ପିତି ପରିସ୍ଥିତି ଆସିବା ପୂର୍ବରୁ ନଭେମ୍ବର ପର୍ଯ୍ୟନ୍ତ ଅବସ୍ପିତି ପରିସ୍ଥିତି ରହିବ ବୋଲି ଆକଳନ କରାଯାଇଛି।

ଆଇସିଏଆରର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତ୍ୟ ନାୟାର କହିଛନ୍ତି, ସେପ୍ଟେମ୍ବରରେ ବର୍ଷା ବୃଦ୍ଧି ପାଇବା ଯୋଗୁ ଖରିଫ ଫସଲ ଅମଳରେ ବିଳମ୍ବ ଯୋଗୁ ଏଭଳି ଘଟିଥାଇ ପାରେ। ସେ ଦର୍ଶାଇଛନ୍ତି ଯେ ପାଇକାରୀ ମୁଦ୍ରାସ୍ଫୀତି ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ ଦୁଇ ଗୁଣା ହେବ ଏବଂ ବର୍ଷ ଶେଷ ସୁଦ୍ଧା ଏହା ଅର୍ଦ୍ଧାଧିକ ସ୍ଥରକୁ ହ୍ରାସ ପାଇବ।

Comments are closed.