ଦେଢ ହଜାର ବର୍ଷ ପୂର୍ବେ ଜନ୍ମ ହୋଇଥିଲେ ପ୍ରକୃତ ସାନ୍ତା

ଖ୍ରୀଷ୍ଟମାସ ଅବସରରେ ସାନ୍ତା କ୍ଳଜର ବିଶେ​‌ଷ ମହତ୍ତ୍ବ ରହିଛି। ନାଲି ରଙ୍ଗ ଡ୍ରେସ୍ ଓ ଟୋପି ପିନ୍ଧିଥିବା ସାନ୍ତା କ୍ଳଜ ପିଲାଙ୍କୁ ଉପହାର ବାଣ୍ଟୁଥିବା ଟିଭିରେ ଦେଖିବାକୁ ମିଳେ। ସାନ୍ତା କ୍ଳଜ କେହି ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ନୁହେଁ। ଯେ କେହି ସାନ୍ତା କ୍ଳଜ୍ ବେଶ ଧାରଣ କରି ପାରିବେ। ସାନ୍ତାଙ୍କ ଏହା ପ୍ରକୃତ ରୂପ ନୁହେଁ। ୧୯ତମ ଶତାବ୍ଦୀରୁ ସାନ୍ତାଙ୍କ ଏହି ଆଧୁନିକ ରୂପ ପ୍ରଚଳିତ ହୋଇ ଆସୁଛି। ଏହା ପୂର୍ବରୁ ସାନ୍ତାଙ୍କ ଏଭଳି ରୂପ ନଥିଲା। ତେବେ ଆସନ୍ତୁ ଜାଣିବା ପ୍ରକୃତ ସାନ୍ତା କିଏ ଥିଲେ ଏବଂ ତାଙ୍କ ରୂପ କିପରି ଥିଲା।
ପ୍ରାୟ ଦେଢ ହଜାର ବର୍ଷ ପୂର୍ବରୁ ନିକୋଲସ ନାମକ ଏକ ସନ୍ଥଙ୍କ ଜନ୍ମ ହୋଇଥିଲା। ସନ୍ଥ ନିକୋଲସ ହେଉଛନ୍ତି ପ୍ରକୃତ ସାନ୍ତା। ତାଙ୍କୁ ସାନ୍ତାଙ୍କ ଜନକ ଭାବେ ଜଣାଯାଏ।
ତୃତୀୟ ଶତାବ୍ଦୀରେ ଏକ ଧନୀ ପରିବାରରେ ସାନ୍ତା ନିକୋଲସଙ୍କ ଜନ୍ମ ହୋଇଥିଲା। ଯିଶୁଙ୍କ ମୃତ୍ୟୁର ପ୍ରାୟ ୨୮୦ ବର୍ଷ ପରେ ତାଙ୍କର ଜନ୍ମ ହୋଇଥିଲା। ସେ ବାଲ୍ୟକାଳରୁ ନିଜ ମାତା-ପିତାଙ୍କୁ ହରାଇଥିଲେ।
ଆରମ୍ଭରୁ ନିକୋଲସ ପ୍ରଭୁ ଯିଶୁଙ୍କ ଭକ୍ତ ଥିଲେ। ସମୟ କ୍ରମେ ସେ ଖ୍ରୀଷ୍ଟଧର୍ମର ପାଦ୍ରି ହେବା ସହ ବିଶପ ବା ଧର୍ମଜାଯକ ହୋଇଥିଲେ।
ସନ୍ଥ ନିକୋଲସଙ୍କୁ ଅଭାବୀ ଲୋକଙ୍କୁ ଏବଂ ଛୋଟ ପିଲାଙ୍କୁ ଉପହାର ଦେବାକୁ ବହୁତ ପସନ୍ଦ କରୁଥିଲେ। ସେ ଉପହାରଗୁଡିକୁ ବିଳମ୍ବିତ ରାତିରେ ପ୍ରଦାନ କରୁଥିଲେ। କାରଣ ସେ ନିଜର ପରିଚୟ ଗୁପ୍ତ ରଖିବାକୁ ଚାହୁଁଥିଲେ।
ଆଧୁନିକ ରୂପରେ ସାନ୍ତାମାନେ ପ୍ରାୟତଃ ଦେଖିବାକୁ ମୋଟା, ମୁହଁରେ ହସ ଓ ଧଳା ଡାଢି ଥାଏ। ସର୍ବଦା ଧଳା ରଙ୍ଗର କଲର ଥିବା ନାଲି କୋର୍ଟ ପିନ୍ଧୁଥିବା ଦେଖିବାକୁ ମିଳେ। ଏହାକୁ କିନ୍ତୁ ସାନ୍ତାଙ୍କ ପ୍ରକୃତ ରୂପ ନୁହେଁ।
courtesy: Dainikbhaskar.com                                                 ଆଲେଖ୍ୟ : ବୈଜୟନ୍ତି ନାୟକ

Comments are closed.