ବିଶ୍ବରେ ଶିଖର ଛୁଇଁନାହିଁ କରୋନା; ଆସନ୍ତା ସପ୍ତାହରେ ଛୁଇଁବ ଏକ କୋଟି

ଜେନେଭା : ବିଶ୍ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ, ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୯.୫ ନିୟୁତରେ ଥିବା ବେଳେ ଆସନ୍ତା ସପ୍ତାହରେ ଏହି ସଂଖ୍ୟା ୧୦ ମିଲିୟନ ବା ଏକ କୋଟିରେ ପହଞ୍ଚିବ ବୋଲି ସେ ଆଶା କରୁଛନ୍ତି।
ବିଦେଶ ତୀର୍ଥଯାତ୍ରୀମାନଙ୍କୁ ବାର୍ଷିକ ହଜ୍ ତୀର୍ଥଯାତ୍ରାରେ ଯୋଗଦେବାକୁ ବାରଣ କରାଯିବା ନେଇ ସାଉଦି ଆରବର ନିଷ୍ପତ୍ତିକୁ ସ୍ବାଗତ କରିବା ଅବସରରେ ଟେଡ୍ରୋସ କହିଛନ୍ତି ଯେ ଏହା ଦ୍ବାରା କରୋନା ସଂକ୍ରମଣକୁ ଅନେକାଂଶରେ ରୋକାଯାଇ ପାରିବ।
ସେ କହିଛନ୍ତି ଯେବିଶ୍ ସ୍ୱାସ୍ଥ୍ୟ ସଂଗଠନ(WHO) ବର୍ତ୍ତମାନ ଅନେକ ଦେଶକୁ ଅମ୍ଳଜାନ ଯୋଗାଣ ସରଞ୍ଜାମ ଉପଲବ୍ଧ କରାଇବାରେ ସାହାଯ୍ୟ କରୁଛି, ଯାହା କୋଭିଡ-୧୯ ରୋଗୀଙ୍କ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ପ୍ରବାହକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ସେ କହିଛନ୍ତି,ଯେ ଏହାର ଚାହିଦା ଯୋଗାଣଠାରୁ ଅଧିକ ଅଟେ।
WHOର ଜରୁରୀକାଳୀନ କାର୍ୟ୍ୟକ୍ରମର ମୁଖ୍ୟ ଡକ୍ଟର ମାଇକ ରିଆନ କହିଛନ୍ତି ଯେ, ଆମେରିକାର ଅନେକ ଦେଶ ପାଇଁ ମହାମାରୀ ଏପର୍ୟ୍ୟନ୍ତ ଶିଖର ଛୁଇଁନାହିଁ, ଏବଂ ଏହା ବିଶେଷ କରି କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକାରେ ତୀବ୍ର ଆକାରରେ ରହିଛି।
ରିୟାନ୍ କହିଛନ୍ତି, “ମୁଁ ପରିସ୍ଥିତିକୁ ଏପର୍ୟ୍ୟନ୍ତ ଅନୁଧ୍ୟାନ କରୁଛି, ଏପର୍ଯ୍ୟନ୍ତ ଏହାର ଶିଖରରେ ପହଞ୍ଚି ନାହିଁ ଏବଂ ଆଗାମୀ ସପ୍ତାହରେ ମୃତ୍ୟୁ ସଂଖ୍ୟା ସ୍ଥିର ରହିପାରେ।
ସେ କହିଛନ୍ତି ଯେ ଗତ ସପ୍ତାହରେ ଏହି ଅଞ୍ଚଳର ଅନେକ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫-୫୦% ବୃଦ୍ଧି ଘଟିଛି।

Comments are closed.