କରୋନା ମହାମାରୀ : ୩୦୦ କୋଟି ଲୋକଙ୍କ ପାଖରେ ହାତ ଧୋଇବା ଲାଗି ପାଣି ଓ ସାବୁନ ନାହିଁ

ୱାଶିଂଟନ : କରୋନା ମହାମାରୀ ସମୟରେ ହାତ ଧୋଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ତେବେ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିଶୁଦ୍ଧ ଜଳ ଏବଂ ସାବୁନରେ ହାତ ଧୋଇବା ଏକ ସ୍ୱପ୍ନ ହୋଇ ରହିଯାଇଛି। କାରଣ ସେମାନଙ୍କ ପାଖରେ ଏହି ସାଧନ ନାହିଁ। ୟୁନିସେଫ୍ ଏବଂ ବିଶ୍ବସ୍ବାସ୍ଥ୍ୟ ସଂଗଠନ ସେୟାର୍ ମନିଟରିଂ ରିପୋର୍ଟ-୨୦୧୯ ଅନୁଯାୟୀ, ବିଶ୍ବର ୩୦୦ କୋଟି ଲୋକଙ୍କ ପାଖରେ ହାତ ଧୋଇବା ପାଇଁ ସମ୍ବଳ ନାହିଁ।

ଏହା ସଂଖ୍ୟା ବିଶ୍ବ ଜନସଂଖ୍ୟାର ୪୦ ପ୍ରତିଶତ । କରୋନା ସଂକ୍ରମଣ ସମୟରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ। ଯେଉଁମାନଙ୍କ ପାଖରେ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ପରିଷ୍କାର ଜଳ ଏବଂ ସାବୁନ୍ ନାହିଁ।

ୟୁନିସେଫର ଭାରତୀୟ ପ୍ରତିନିଧି ଡକ୍ଟର ୟାସିମିନ ଅଲି ହକ୍ କହିଛନ୍ତି, ଯେ ମହାମାରୀ ବ୍ୟାପିବାରେ ଲାଗିଥିବାରୁ ଏହା ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ ହାତ ଧୋଇବା ଏକ ସାମାଜିକ ଆବଶ୍ୟକତା।

ନିଜକୁ କରୋନା ଭୁତାଣୁ ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପଦ୍ଧତି ଗ୍ରହଣ କରାଯାଇପାରେ ଏବଂ ଏହା ସବୁଠାରୁ ଶସ୍ତା ପଦ୍ଧତି । ତେବେ ହାତ ଧୋଇବା ସୁବିଧା ଭାରତରେ ଏକ ପ୍ରମୁଖ ଚିନ୍ତାର କାରଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ କେବଳ ୬୦% ପରିବାର ପାଖରେ ସାବୁନରେ ହାତ ଧୋଇବା ସୁବିଧା ରହିଛି।

ଗ୍ରାମାଞ୍ଚଳରେ ଏହି ସୁବିଧା ନ ଥିବା ଭଳି କିମ୍ବା ବହୁତ କମ୍। ବିଶ୍ବବ୍ୟାପୀ ଏହାକୁ ଦେଖିବା ତ’ ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ପାଖରେ ହିଁ ହାତ ଧୋଇବାର ସୁବିଧା ଅଛି। ଏହା ପୂର୍ବରୁ, ଜାତୀୟ ନମୁନା ସର୍ଭେ ୨୦୧୯ ରିପୋର୍ଟ ଅନୁଯାୟୀ, ୨୫.୩ ପ୍ରତିଶତ ଗ୍ରାମୀଣ ପରିବାର ଏବଂ ୫୬ ପ୍ରତିଶତ ସହରୀ ପରିବାର ଖାଦ୍ୟ ଖାଇବା ପୂର୍ବରୁ ସାବୁନ୍ କିମ୍ବା ଡିଟରଜେଣ୍ଟରେ ହାତ ଧୋଇଥାନ୍ତି। ଅନ୍ୟପକ୍ଷରେ ୨.୭ ପ୍ରତିଶତ ଲୋକ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ପାଉଁଶ, କାଦୁଅ କିମ୍ବା ବାଲି ବ୍ୟବହାର କରନ୍ତି।

Comments are closed.