ବାୟୁରେ ବ୍ୟାପେ ନାହିଁ କରୋନା; ସାମାଜିକ ଦୂରତ୍ଵ ଓ ମାସ୍କ ମଣିଷକୁ ରଖିବ ସୁରକ୍ଷିତ

ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ବୈଷୟିକ ମୁଖ୍ୟ ଦେଲେ ସ୍ପଷ୍ଟୀକରଣ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନା ଭୂତାଣୁ ବାୟୁ ଦ୍ୱାରା ଅଧିକ ମାତ୍ରାରେ ସଂକ୍ରମଣ ହେବା ନେଇ ଏ ପର୍ଯ୍ୟନ୍ତ କୌଣସି ପକ୍କା ପ୍ରମାଣ ମିଳିନାହିଁ। ଏକ ରିପୋର୍ଟ ଅନୁସାରେ ଡବ୍ଲ୍ୟୁଏଚ୍‍ଓର ସଂକ୍ରମଣ ନିୟନ୍ତ୍ରଣ ବୈଷୟିକ ମୁଖ୍ୟ ଡକ୍ଟର ବେନେଡେଟ୍ଟା ଆଲେଗ୍ରାଞ୍ଜି ଏହା କହିଛନ୍ତି। ବାୟୁ ଦ୍ୱାରା କରୋନା ଭୂତାଣୁ ଅଧିକ ବେଗରେ ସଂକ୍ରମିତ ହେବା ବିଷୟରେ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକଙ୍କ ରିପୋର୍ଟ ପରେ ସେ ଏହା କହିଛନ୍ତି।

ଗବେଷକମାନେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ ବ୍ୟାପିବା ସଂକ୍ରାନ୍ତରେ ଡବ୍ଲ୍ୟୁଏଚ୍‍ଓ ଏହାର ସୁପାରିଶଗୁଡ଼ିକ ସଂଶୋଧନ କରିବାକୁ ମତବ୍ୟକ୍ତ କରିଥିଲେ। ତେବେ ଭୂତାଣୁ ବାୟୁ ମାଧ୍ୟମରେ ଶୀଘ୍ର ସଂକ୍ରମିତ ହେବା ବିଷୟରେ ଡବ୍ଲ୍ୟୁଏଚ୍‍ଓ କୌଣସି ପକ୍କା ପ୍ରମାଣ ପାଇନାହିଁ। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଶେଖର ମାଣ୍ଡେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବାୟୁରେ ଭୂତାଣୁ ଦୀର୍ଘ ସମୟ ତିଷ୍ଠି ରହି ପାରିବ ନାହିଁ। ସେ କହିଛନ୍ତି, ମାସ୍କ୍‍ ପରିଧାନ କରିବା ଓ ଶାରୀରିକ ଦୂରତା ବଜାୟ ରଖିବା ଦ୍ୱାରା ଜଣେ ବ୍ୟକ୍ତି ନିଜକୁ କୋଭିଡ୍‍  ସଂକ୍ରମଣରୁ ସୁରକ୍ଷିତ ରଖିପାରିବ।

Comments are closed.