ହ୍ରାଇଡ଼୍ରୋକ୍ସିକ୍ଲୋରୋକ୍ବିନ୍ ବ୍ୟବହାରକୁ ନିଷିଦ୍ଧ କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସିକ୍ଲୋରୋକୁଇନ (ଏଚ୍‌ସିକ୍ୟୁ)କୁ ବ୍ୟବହାର କରାଯାଉଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହା ଉପରେ ସାମୟିକ ନିଷେଧାଦେଶ ଜାରି କରିଛି। କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏଚସିକ୍ୟୁର ବ୍ୟବହାର ନିରାପଦ ନୁହେଁ ବୋଲି ହୁ କହିଛି। ତେବେ ଭାରତ ସରକାର ଏଚସିକ୍ୟୁର ବ୍ୟାପକ ବ୍ୟବହାର ଲାଗି ନିର୍ଦେଶ ଦେବାର କିଛି ଦିନ ପରେ ହୁ ଏପରି ନିଷେଧାଦେଶ ଜାରି କରିଛି। ଏଚସିକ୍ୟୁ ଦ୍ବାରା କରୋନା ସଂକ୍ରମଣ ନିୟନ୍ତ୍ରଣ କରାଯାଇପାରୁଥିବା ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଥିବାବେଳେ ହୁ ଏହାକୁ ନିରାପଦ ନୁହେଁ ବୋଲି କହିଛି। ମେ ୨୩ ତାରିଖରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟସେବା ନିର୍ଦେଶାଳୟ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ (ଏମ୍ସ)ର ପ୍ରତିନିଧି, ଆଇସିଏମଆଇ, ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କ​‌େ​‌ଣ୍ଟ୍ରାଲର ଅଧିକାରୀ ସମୀକ୍ଷା ପରେ ଏଚସିକ୍ୟୁର ବ୍ୟବହାରକୁ ବ୍ୟାପକ କରିବା ଲାଗି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ଏବେ ହୁ ଏଚସିକ୍ୟୁର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛି। ହୁର ମହାନିର୍ଦେଶକ ଟେଡ୍ରୋସ ଆଧାନୋମ କହିଛନ୍ତି ଯେ ଏଚସକ୍ୟୁର ଏବେ ପରୀକ୍ଷା ଚାଲିଛି। ଅନ୍ୟପଟେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଜିଙ୍କର ବ୍ୟବହାର ଉପଯୋଗୀ ହେଉଥିବା ଡାକ୍ତର ପିପି ଦେବନ କହିଛନ୍ତି। ଏଥିପାଇଁ କରୋନା ସଂକ୍ରମିତଙ୍କୁ ଜିଙ୍କ ଥିବା ଖାଦ୍ୟ ଯେପରିକି ଆଲମଣ୍ଡ, ୱାଲନଟ, ଅଣ୍ଡା, କଖାରୁ ମଞ୍ଜି, ବ୍ରକୋଲି, ଧନିଆପତ୍ର ଦେବାକୁ ପରାମର୍ଶ ଦେଇଛନ୍ତି।

Comments are closed.