ସତର୍କ ରୁହ, ଆସୁଛି କୋଭିଡ ସୁନାମୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ବିଶ୍ୱକୁ ଘାରିଛି କରୋନା ଚିନ୍ତା । କରୋନାର ନୂଆ ଭାରିଆଣ୍ଟ ବର୍ତ୍ତମାନ ପ୍ରାୟ ସମସ୍ତ ଦେଶରେ କାୟା ବିସ୍ତାର କଲାଣି । ଏହି ସମୟରେ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବଡ଼ ଖୁଲାସା କରିଛି । ଡବ୍ଲୁଏଚଓର କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ଲୋକମାନେ ସତର୍କ ରହିବା ଜରୁରୀ । ନହେଲେ ସ୍ଥିତି ଭୟାବହ ହେବ । ଡବ୍ଲୁଏଚଓର ମୁଖ୍ୟ ଟେଡ୍ରୋସ୍ ଗେବ୍ରିୟସସ୍ କହିଛନ୍ତି, ଆଗାମୀ ଦିନରେ କରୋନାର ସୁନାମୀ ଆସିପାରେ । କାରଣ ଓମିକ୍ରନର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

ଡେଲଟା ଠାରୁ ଓମିକ୍ରନ କମ୍‍ ଘାତକ ହେଲେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି । ଏହା ଡେଲଟା ସହ ମିଶି ସୁନାମୀ ରୂପ ନେଇପାରେ ବୋଲି ଡବ୍ଲୁଏଚଓର ମୁଖ୍ୟ ଟେଡ୍ରୋସ୍ ଗେବ୍ରିୟସସ୍ ଚେତାବନୀ ଦେଇଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ସାରା ବିଶ୍ୱରୁ ୧୦ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି । ଡେଲଟା ଓ ଓମିକ୍ରନ୍ ଭାରିଆଣ୍ଟ ଯୋଗୁ ସଂକ୍ରମଣ ରେକର୍ଡ ସ୍ତର ପାର କରୁଛି । ଲୋକମାନେ ଏପରି ସମୟରେ ସଚେତନ ହେବା ଜରୁରୀ ବୋଲି କହିଛନ୍ତି ଗେବ୍ରିୟସସ୍ ।

Comments are closed.