କରୋନା ଭୂତାଣୁ ଉତ୍ପତ୍ତିସ୍ଥଳ ନେଇ ପୁନଃ ତଦନ୍ତ କରିବ ‘ହୁ’

ଜେନିଭା: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ନେଇ ଚାଲିଥିବା ବିବାଦର ପୁନଃ ତଦନ୍ତ ପାଇଁ ନିର୍ଦେଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)। ଦ୍ବିତୀୟ ପର୍ଯ୍ୟାୟରେ ତଦନ୍ତକାରୀ ଦଳ ଉହାନର ପରୀକ୍ଷାଗାର, ବିଭିନ୍ନ ପ୍ରାଣୀ ଓ ବଜାର ଇତ୍ୟାଦି ଅନୁଧ୍ୟାନ କରିବେ। ଗତ ମାର୍ଚ୍ଚରେ ହୁ’ର ଏକ ବିଶେଷଜ୍ଞ ଦଳ ୪ସପ୍ତାହ ଧରି ଉହାନ୍‌ରେ କରୋନାର ଉତ୍ପତ୍ତି ନେଇ ବିସ୍ତୃତ ତଦନ୍ତ କରିଥିଲେ; କିନ୍ତୁ ଏଥିରୁ କିଛି ସୁଫଳ ମିଳି ନ ଥିଲା। କରୋନା ଭୂତାଣୁ ବାଦୁଡ଼ିଠାରୁ ଅନ୍ୟ କୌଣସି ପ୍ରାଣୀ ମାଧ୍ୟମରେ ମଣିଷକୁ ସଂକ୍ରମିତ ହୋଇଥିବା ସେମାନେ ମତ ଦେଇଥିଲେ।

Comments are closed.