ଦେଖନ୍ତୁ ଭିଡ଼ିଓ: ଝାରସୁଗୁଡାରେ ଧଳା କାଉ, ଉଦ୍ଧାର ପରେ ବନ ବିଭାଗକୁ ହସ୍ତାନ୍ତର

ଝାରସୁଗୁଡ଼ା: ସମସ୍ତେ କାଉ ଦେଖିଥିବେ । କାଉର ରଙ୍ଗ କଳା ଏ କଥା ବି ସମସ୍ତେ ଜାଣନ୍ତି । ହେଲେ କାଉର ରଙ୍ଗ ଧଳା! ଏ କଥା ବିଶ୍ଵାସ ହେଉ ନ ଥିଲେ ମଧ୍ୟ ସତ । ଝାରସୁଗୁଡ଼ାରୁ ଏପରି ଏକ ବିରଳ କାଉ ଉଦ୍ଧାର ହୋଇଛି । କାଉଟିକୁ ବନ ବିଭାଗକୁ ହସ୍ତାନ୍ତରିତ କରାଯାଇଛି ।

ଆହତ କାଉଟି ଝାରସୁଗୁଡ଼ାର ଜଣେ ବ୍ୟକ୍ତି ଦୀପ୍ତେଶ ସୋନିଙ୍କ ଘର ଅଗଣାରେ ପଡ଼ି ଯାଇଥିଲା । ସେ ତାଙ୍କୁ ଉଦ୍ଧାର କରି ଏକ ପିଞ୍ଜରାରେ ରଖିଥିଲେ । ବନ ବିଭାଗ କର୍ମଚାରୀମାନେ ସୂଚନା ପାଇବା ପରେ କାଉଟିକୁ ଜବତ କରିଛନ୍ତି । ପୂର୍ବରୁ ଏପରି କାଉ ଦକ୍ଷିଣ ଭାରତର କିଛି ସ୍ଥାନରେ ଓ ଦିଲ୍ଲୀରେ ଦେଖାଯାଇଥିବା ଜଣାପଡ଼ିଛି ।

Comments are closed.