ଧଳା ଉଡ଼ାଜାହାଜ ପଛର କାହାଣୀ

ବିଶ୍ବର ନାମକରା ଏୟାରଲାଇନ୍ସର ବିମାନଗୁଡ଼ିକ ଧଳା ରଙ୍ଗ ହୋଇଥିବାର ଦେଖାଯାଏ। କାଁଭାଁ କ୍ବଚିତ୍ ଉଡ଼ାଜାହାଜର ଅନ୍ୟ ରଙ୍ଗ ହୋଇଥାଏ। ତେବେ ଅଧିକାଂଶ ଧଳା ରଙ୍ଗ ହେବା ପଛର ଯଥାର୍ଥ କାରଣ ରହିଛି।

ଆକାଶ ଯାତ୍ରା ସମୟରେ ଧଳା ରଙ୍ଗ ବେଶ୍ ଦୂରରୁ ସୁସ୍ପଷ୍ଟ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଏହା ସହ ଧଳା ରଙ୍ଗରେ ଯାନରେ କୌଣସି ଭଙ୍ଗାଭଙ୍ଗି ବା ଦାଗ ହେଲେ, ତାହା ସ୍ପଷ୍ଟ ଭାବେ ଦେଖାଯାଏ। ତେଣୁ ଯଥାଶୀଘ୍ର ବିମାନର ମରାମତି ମଧ୍ୟ କରାଯାଏ।

ଦିନବେଳା ଉଡ଼ାଜାହାଜ ଯାତ୍ରା ଥିଲେ, ରନ୍-ୱେ ଠାରୁ ଆକାଶ ମାର୍ଗ ପର୍ୟ୍ୟନ୍ତ ବିମାନଟି ସୂର୍ଯ୍ୟକିରଣରେ ଯାତ୍ରା କରିଥାଏ। ଏଣୁ ଆକାଶପଥରେ ଅସହ୍ୟ ଗରମ ହେବା ସ୍ବାଭାବିକ। ଏପରିସ୍ଥଳେ କିନ୍ତୁ ବିମାନ ଧଳା ରଙ୍ଗର ହୋଇଥିବାରୁ ବିଶେଷ ଗରମ ଅନୁଭୂତ ହୋଇନଥାଏ।

ଧଳା ରଙ୍ଗ ବେଶ୍ ହାଲୁକା। ଏହା ମଧ୍ୟ ଅନ୍ୟତମ କାରଣ ଯେ ଅଧିକାଂଶ ବିମାନ ସେହି କାରଣରୁ ଧଳା ରଙ୍ଗ କରାଯାଇଥାଏ।

ବିମାନର ରଙ୍ଗ ଧଳା କରିବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଏହା ଶୀଘ୍ର ଖରାପ ହୋଇନଥାଏ। ଏପରିକି ସୂର୍ଯ୍ୟକିରଣରେ ମଧ୍ୟ ଧଳା ରଙ୍ଗ ପ୍ରଭାବିତ ହୁଏନାହିଁ।

Comments are closed.