ଦେଖନ୍ତୁ ଭିଡ଼ିଓ: ବଗିଚାରେ ଶୋଇଥିବା ବେଳେ ପାଟିବାଟେ ପଶିଗଲା ୪ ଫୁଟ ଲମ୍ବର ସାପ, ଟ୍ୟୁବ ସହାୟତାରେ ବାହାର କଲେ ଡ଼ାକ୍ତର

ମସ୍କୋ: ରୁଷର ଡ଼େଗୋଷ୍ଟେନର ଜଣେ ମହିଳା ବଗିଚାରେ ଶୋଇଥିବାବେଳେ ତାଙ୍କ ପାଟିବାଟେ ପଶି ଯାଇଥିଲା ୪ ଫୁଟ ଲମ୍ବର ସାପ । ଏ କଥା ମହିଳା ସୁରାକ ସୁଦ୍ଧା ପାଇ ନଥିଲେ । ମାତ୍ର ତାଙ୍କ ପେଟରେଯେତେବେଳେ ଯନ୍ତ୍ରଣା ହେଲା ସେତେବେଳେ ସେ ଡ଼ାକ୍ତରଖାନାରେ ପହଞ୍ଚିଲେ । ଏକ୍ସରେ ଡ଼ାକ୍ତରମାନେ ଯାହା ଦେଖିଲେ ସେତେବେଳେ ବିଶ୍ବାସ କରି ପାରିଲେ ନାହିଁ । ମାତ୍ର ପେଟଭିତରେ ଏକ ଲମ୍ବା ଜୀବନ୍ତ ପ୍ରାଣୀ ଥିବା ଡ଼ାକ୍ତରମାନେ ଆତଯାତ ହେଉଥିବା ଦେଖି ଶେଷରେ ଏହାକୁ ବାହାର କରିବାକୁ ସକ୍ଷମ ହେଲେ ।
ମହିଳାଜଣକ ସୋମବାର ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ଡ଼ାକ୍ତରଖାନାରେ ପହଞ୍ଚିଲେ । ଡ଼ାକ୍ତରମାନେ ପ୍ରଥମେ ମହିଳାଙ୍କର କ’ଣ ହୋଇଛି ବୁଝି ପାରିଲେ ନାହିଁ । ମାତ୍ର ଅନୁସନ୍ଧାନ ପରେ ତାଙ୍କ ପେଟରେ କିଛି ସାମଗ୍ରୀ ଥିବା ଅନୁମାନ କଲେ । ଏହାପରେ ଡ଼ାକ୍ତର ମହିଳାଙ୍କୁ ବେହୋଶ କରି ମୁହଁପଟେ ଏଣ୍ଡୋସ୍କୋପ ପରି ଏକ ଟ୍ୟୁବ୍ ଭର୍ତି କରି ସେହି ସାମଗ୍ରୀକୁ ବାହାର କରିବାକୁ ଚେଷ୍ଟା କଲେ । ଏହି ସାମଗ୍ରୀଟି ବାହାରକୁ ଆସିବା ପରେ ଜଣାପଡ଼ିଲା ତାହା ଏକ ସାପ ବୋଲି ।
Medics pull out 4 feet Snake from a woman’s throat after the animal crawled into her mouth while she slept.
The incident happened in Russia.#LayconNeedsYou II #BiggieForgiveErica II Adele II #BBTolanibaj pic.twitter.com/kN5bisWrcA
— BBNaija and other updates (@ngoziclara) August 31, 2020
ମହିଳାଙ୍କ ମୁହଁ ବାଟେ ସାପ ବାହାର କରିବା ପୁରା ପ୍ରକ୍ରିୟା ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି । ଯାହା ଭାଇରାଲ ହୋଇଛି । ଭାଇରାଲ ଭିଡ଼ିଓରେ ଡ଼ାକ୍ତରମାନେ ମହିଳାଙ୍କ ମୁହଁବାଟେ ସାପ ବାହାର କରାଯାଉଥିବା ଦେଖାଯାଉଛି । ଏହାପରେ ସାପଟିକୁ ଏକ ମେଡ଼ିକାଲ ବାସ୍କେଟରେ ରଖାଯାଇଥିବା ଏହି ଭିଡ଼ିଓରେ ଦେଖାଯାଉଛି ।
କୁହାଯାଉଛି ମହିଳା ନିଜ ଘର ବଗିଚାରେ ଶୋଇଥିବାବେଳେ ତାଙ୍କ ମୁହଁ ଖୋଲା ଥିବା ସୁଯୋଗରେ ଏହି ସାପ ପେଟରେ ପ୍ରବେଶ କରିଛି । ସକାଳୁ ଉଠିବା ପରେ ମହିଳା ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ତେବେ ଏହି ସାପ କି ପ୍ରକାରର ତାହା ଜଣାପଡ଼ିନାହିଁ କିମ୍ବା ପେଟରୁ ବାହାରିବା ପରେ ସାପ ଜୀବିତ ଅଛି କି ନାହିଁ ତାହା ମଧ୍ୟ ସୂଚନା ମିଳିନାହିଁ । ‘ଡ଼େଲି ମେଲ୍’ ରିପୋର୍ଟ ଅନୁସାରେ ଡ଼େଗେଷ୍ଟନ୍ ଓ ଏହାର ଆଖପାଖ ଗାଁରେ ଏପରି ଘଟଣା ପ୍ରାୟତଃ ଘଟୁଥିବାରୁ ଲୋକମାନଙ୍କୁ ଘର ବାହାରେ ନ ଶୋଇବାକୁ ପରାମର୍ଶ ଦିଆଯାଇଛି ।