ଚାଲିଥିଲା ପାର୍ଟି; ସରିଗଲା ମଦ: ସାନିଟାଇଜର ପିଇ ଗଲା ୭ ଜୀବନ

ମସ୍କୋ: ମଦ ସରିଗଲା ତ ବୁଝିଲା ନାହିଁ ମନ । ଶେଷରେ ପାର୍ଟିରେ ସାନିଟାଇଜର ପିଇଲେ । ଆଉ ଏଥିରେ ୭ ଜଣ ଲୋକଙ୍କ ଜୀବନ ଗଲା । ଘଟଣାଟି ଘଟିଛି ରୁଷର ତାତିନସ୍କି ଜିଲାର ଟୋମାଟୋ ଅଞ୍ଚଳରେ ।

ଘଟଣାଟି ଏମିତି । ଟୋମାଟୋ ଅଞ୍ଚଳରେ କିଛି ଲୋକ ଭୋଜିଭାତ କରୁଥିଲେ । ଚାଲିଥିଲା ପାର୍ଟି । ପାର୍ଟି ଯେଉଁଠି ଚାଲିଥିବ ସେଠି ମଦ ତ ଥିବ ହିଁ ଥିବ । ଲୋକମାନେ ମଦ ପିଇ ଚାଲିଲେ । ଆଉ ଯେତେବେଳେ ମଦ ସରିଗଲା, ସେତେବେଳେ ନିଶାରେ ହାତ ସଫା ଲାଗି ଥିବା ସାନି ଟାଇଜର ପିଇଲେ ।

ଏହି ସାନିଟାଇଜରରେ ୬୯ ପ୍ରତିଶତ ମିଥାନୋଲ ରହିଥିଲା ​​ଯାହା ମହାମାରୀ ସମୟରେ ହ୍ୟାଣ୍ଡ କ୍ଲିନର୍ ଭାବରେ ବିକ୍ରି ହେଉଥିଲା। ଏହାକୁ ପିଇବା ପରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଓ କିଛି ଲୋକ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା, ସେଠାରେ ଆଉ ୪ ଜଣ ମୃତ୍ୟୁବରଣ କରିଥିଲେ ।  ଫେଡେରାଲ ଜନସ୍ୱାସ୍ଥ୍ୟ ନିରୀକ୍ଷକ ରୋସପୋଟ୍ରେବନାଡଜୋରଙ୍କ ସୂଚନା ଅନୁସାରେ ସାନିଟାଇଜରରେ ବିଷାକ୍ତ ପଦାର୍ଥ ଥିବାରୁ ଲୋକମାନଙ୍କର ମୃତ୍ୟୁ ଘଟିଛି ।

Comments are closed.