ଶପଥ ବେଳେ ‘ମୁଁ’ ଉଚ୍ଚାରଣ କରିବାକୁ ଭୁଲିଗଲେ ମନ୍ତ୍ରୀ, ସଂଶୋଧନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ବେଳେ ଦୁଇଜଣ ମନ୍ତ୍ରୀ ‘ମୁଁ’ ଶବ୍ଦ ଉଚ୍ଚାରଣ କରିବାକୁ ଭୁଲି ଯାଇଥିଲେ। ଏହି ଦୁଇ ମନ୍ତ୍ରୀ ହେଲେ ମୁନସୁଖ ଲାଲ ମାଣ୍ଡଭ୍ୟ ଓ ଫଗନ ସିଂହ କୁଲସ୍ତେ। ଶପଥ ପାଠରେ ମୁଁ ଶବ୍ଦ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଅଟକାଇବା ପୂର୍ବକ ଏହି ଶବ୍ଦ ଉଚ୍ଚାରଣ ଲାଗି ମନେ ପକାଇଥିଲେ। ପ୍ରତ୍ୟେକ ମନ୍ତ୍ରୀ ଦୁଇଥର ଲେଖାଏଁ ଶପଥ ଗ୍ରହଣ କରିଥିଲେ। ପ୍ରଥମେ ପଦ (ଅଫିସ) ଓ ଦ୍ବିତୀୟରେ ଗୋପନୀୟତା (ସିକ୍ରେସି)। ଗୋପନୀୟତାର ଶପଥ ନେବାବେଳେ ଏହି ଦୁଇମନ୍ତ୍ରୀ ମୁଁ ଉଚ୍ଚାରଣ କରିବାକୁ ଭୁଲି ଯାଇଥିଲେ। ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଫଗନ ସିଂହ କୁଲସ୍ତେ, ଭିକେ ସିଂହ, ଜି କୃଷ୍ଣ ରେଡ୍ଡୀ ଶପଥଗ୍ରହଣ ସମୟରେ କିଛି ଶବ୍ଦ ଛାଡି ଯାଇଥିବାବେଳେ ରାଷ୍ଟ୍ରପତି ଏହାକୁ ସଂଶୋଧନ କରାଇଥିଲେ। ରାଓସାହେବ ଦାନଭେ, ନିତ୍ୟାନନ୍ଦ ରାୟ ଓ ରତନ ଲାଲ କାଟାରିଆ ଶପଥ ଗ୍ରହଣ ସମୟରେ ଝୁଣ୍ଟିଥିଲେ।

Comments are closed.