ସ୍ତ୍ରୀ ଛାଡି ଦେବି, କିନ୍ତୁ ମଦ ଛାଡିବିନି: କୋର୍ଟରେ ୮୯ ବର୍ଷୀୟ ବୃଦ୍ଧଙ୍କ ବୟାନ

ଭୋପାଳ: ମଧ୍ୟପ୍ରଦେଶର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀକୁ ଛାଡି ପାରିବି କିନ୍ତୁ ମଦ ଛାଡି ପାରିବି ନାହିଁ ବୋଲି ଜଣେ ୮୯ ବର୍ଷୀୟ ବୃଦ୍ଧ କୋର୍ଟରେ କହିଛନ୍ତି।

ଭୋପାଳର ପାରିବାରିକ କୋର୍ଟରେ ଜଣେ ୬୯ ବର୍ଷୀୟ ବୃଦ୍ଧା ସ୍ବାମୀଙ୍କ ଠାରୁ ଭରଣ ପୋଷଣ ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ଜଜ୍ ଉଭୟଙ୍କୁ କାଉସଲିଙ୍ଗ କରିଥିଲେ। କାଉସଲିଙ୍ଗ ବେଳେ ଜଣା ପଡିଲା ଯେ, ବୃଦ୍ଧାଙ୍କ ସ୍ବାମୀ ସର୍ବଦା ମଦ୍ୟପାନ କରି ତାଙ୍କୁ ମାରପିଟ୍ କରନ୍ତି। ଏହି କାରଣରୁ ସେ ବୃଦ୍ଧା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଛାଡିବାକୁ ଚାହୁଁଛନ୍ତି। ଏହାକୁ ନେଇ ଜର୍ଜ ଯେତେବେଳେ ବୃଦ୍ଧାଙ୍କ ସ୍ବାମୀଙ୍କୁ କାଉସଲିଙ୍ଗ କଲେ ସେତେବେଳେ ସେ ରୋକଠୋକ ଶୁଣାଇ ଦେଇଥିଲେ ଯେ, ପ୍ରତିଦିନ ଝଗଡା କରୁଥିବା ପତ୍ନୀକୁ ଛାଡି ପାରିବି କିନ୍ତୁ ମଦ ଛାଡିବି ନାହିଁ। ସ୍ତ୍ରୀ ଭରଣ ପୋଷଣ ପାଇଁ ୧୦ ହଜାର ଟଙ୍କା ପତ୍ନୀକୁ ଦେବାକୁ ଜର୍ଜ ଯେତେବେଳେ ବୃଦ୍ଧଙ୍କୁ କହିଥିଲେ ସେ ସଙ୍ଗେସଙ୍ଗେ ହଁ ଭରିଥିଲେ।

Comments are closed.