ହ୍ୱାଟ୍ସଆପରେ ଆସିଲା ୫ଟି ନୂଆ ଫିଚର, ଜାଣନ୍ତୁ କଣ

ବହୁ ଦିନର ଅପେକ୍ଷା ପରେ ହ୍ୱାଟ୍ସ ଆପ୍ପ ୫ଟି ନୂଆ ଫିଚର ସହ ଅପଡେଟ କରିଛି। ଫେସବୁକ୍ ମାଲିକାନାରେ ଥିବା ଏହି ମେସେଜିଂ ଆପରେ ଆନିମେଟେଡ୍ ଷ୍ଟିକର୍ସ, କ୍ୟୁଆର କୋଡ୍, ୱେବ୍ ଏବଂ ଡେସ୍କଟପ୍ ପାଇଁ ଡାର୍କ ମୋଡ୍, ଉନ୍ନତ ଭିଡିଓ କଲ୍ ଏବଂ KaiOS ପାଇଁ ଅଦୃଶ୍ୟ ସ୍ଟାଟସ ଭଳି ବୈଶିଷ୍ଟ୍ୟ ରହିଛି। ଆସନ୍ତା ସପ୍ତାହରେ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପ୍ ପାଇଁ ଏହି ଫିଚରଗୁଡିକ ମିଳିପାରିବ।

ଏହାର ରିଲିଜ୍ ହେବାର କିଛି ଦିନ ପୂର୍ବରୁ, ହ୍ଵାଟ୍ସଆପର ବେଟା ଭର୍ସନରୁ ଜଣାପଡିଥିଲା ଯେ କମ୍ପାନୀ କ୍ୟୁଆର କୋଡ୍ ବୈଶିଷ୍ଟ୍ୟ ପରୀକ୍ଷା କରୁଛି ଏବଂ ଆନିମେଟେଡ୍ ଷ୍ଟିକର୍ ବୈଶିଷ୍ଟ୍ୟ ଉପରେ କାମ କରୁଛି। ତେବେ ଅନ୍ୟ ଏକ ବହୁ ପ୍ରତୀକ୍ଷିତ ଫିଚର ହେଉଛି ମଲ୍ଟି-ଡିଭାଇସ୍ ସପୋର୍ଟ, ଯାହା ଫଳରେ ମେସେଜିଂ ଆପ୍ ଦୀର୍ଘ ସମୟ ଧରି କାମ କରିବ। ତେବେ ଆସନ୍ତୁ, ଏହାର ନୂତନ ବୈଶିଷ୍ଟ୍ୟଗୁଡିକ ଉପରେ ନଜର ପକାଇବା।

କ୍ୟୁଆର କୋଡ୍
ଆଗରୁ କାହାର ନମ୍ବର ହ୍ଵାଟ୍ସଆପରେ ସେଭ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଠାରୁ ନମ୍ବର ଆଣିବାକୁ ପଡୁଥିଲା କିନ୍ତୁ ଏବେ କ୍ୟୁଆର କୋଡ଼ ତାହା ସହଜ କରିଦେବା। ଅନ୍ୟ ଜଣଙ୍କ ମୋବାଇଲ ନମ୍ବର ହ୍ଵାଟ୍ସଆପରେ ଲିଙ୍କ କରିବା ପାଇଁ କେବଳ ଅନ୍ୟ ଜଣଙ୍କ ନମ୍ବର ନିଜ କ୍ୟୁଆର କ୍ୟୁଆର କୋଡ଼ରେ ସ୍କାନ କରିବା ପରେ ତାହା ଆପେ ସେଭ ହୋଇଯିବ। ଆପଣଙ୍କୁ ଆଉ ନମ୍ବର ଟାଇପ୍ କରିବାକୁ ପଡିବ ନାହିଁ।

ଆନିମେଟେଡ୍ ଷ୍ଟିକର୍ସ
ହ୍ଵାଟ୍ସଆପ ସବୁବେଳେ ବ୍ୟବହାରକାରୀଙ୍କ ପସନ୍ଦ ଅନୁଯାୟୀ ଫିଚର ଅପଡେଟ କରିଥାଏ। ତେବେ ଆନିମେଟେଡ୍ ଷ୍ଟିକର୍ସ ଉପଭୋକ୍ତାମାନଙ୍କ ଚାଟିଂ ଅଭିଜ୍ଞତାକୁ ମଜାଳିଆ କରିଥାଏ। ଉପଭୋକ୍ତାମାନେ ଆନିମେଟେଡ୍ ଷ୍ଟିକର୍ ପ୍ୟାକ୍ ନିଜେ ଚୟନ କରିପାରିବେ ଏବଂ ଏହା ଡାଉନଲୋଡ୍ ହେବା ପରେ ସେହି ଆନିମେଟେଡ୍ ଷ୍ଟିକର୍ ଦେଖିହେବ, ସେଭ କରିହେବ ଏବଂ ଅନ୍ୟକୁ ପଠାଇ ହେବ। କିନ୍ତୁ ଏହି ଆନିମେଟେଡ୍ ଷ୍ଟିକର୍ ମାତ୍ର ଥରେ ପ୍ଲେ ହେବା ପରେ ବନ୍ଦ ହୋଇଯିବ ଓ ପୁନର୍ବାର ରିପ୍ଲେ କରିହେବ ନାହିଁ।

ୱେବ୍ ପାଇଁ ଡାର୍କ ମୋଡ୍
ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ହ୍ଵାଟ୍ସଆପ ବହୁ ପୂର୍ବରୁ ଡାର୍କ ମୋଡ୍ ଅପଡେଟ କରିଥିଲା ​​କିନ୍ତୁ ଚଳିତଥର ଏହାର ମେସେଜିଂ ଆପର ୱେବ୍ ସଂସ୍କରଣକୁ ଡାର୍କ ମୋଡ୍ ଆସିଛି। ଏହା ଫଳରେ ହ୍ଵାଟ୍ସଆପ ଆହୁରି ମନୋରଂଜନ ଧର୍ମୀ ହୋଇଛି।

ବର୍ଦ୍ଧିତ ଗ୍ରୁପ୍ ଭିଡିଓ କଲ୍
ପୂର୍ବରୁ ହ୍ଵାଟ୍ସଆପ ଗ୍ରୁପ୍ ଭିଡିଓ କଲରେ ୪ ପରିବର୍ତ୍ତେ ଆଠ ସଭ୍ୟଙ୍କ ଯୋଗଦାନ ପାଇଁ ବୃଦ୍ଧି କରିଛି ଏବଂ ବର୍ତ୍ତମାନ ଏଥିରେ କିଛି ବିଶେଷ ଫିଚର ଯୋଡିଛି। ଏଥିରେ ଆପଣ ଅଂଶଗ୍ରହଣକାରୀଙ୍କ ଭିଡିଓକୁ ପୂର୍ଣ୍ଣ ପରଦାରେ ଦେଖିବା ପାଇଁ କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିତ୍ର ଉପରେ ପ୍ରେସ କରିପାରିବେ। 8 ଟି କିମ୍ବା ତା’ଠାରୁ କମ୍ ଗ୍ରୁପ୍ ଚାଟ୍ ରେ ଏକ ଭିଡିଓ ଆଇକନ୍ ମଧ୍ୟ ଯୋଡା ଯାଇଛି, ତେଣୁ ବର୍ତ୍ତମାନ ଏକ ଗ୍ରୁପ୍ କଲ୍ ଆରମ୍ଭ କରିବାକୁ ଆପଣ କେବଳ ଭିଡିଓ ଆଇକନ୍ ଟ୍ୟାପ୍ କରିପାରିବେ।

ଅଦୃଶ୍ୟ ସ୍ଥିତି
KaiOS ପାଇଁ ଅଦୃଶ୍ୟ ସ୍ଥିତି ବା disappearing status ଆସିଛି। ଏହି ଫିଚର ପୂର୍ବରୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ଉପଲବ୍ଧ ଥିଲା।

Comments are closed.