ଜାଣନ୍ତୁ ହ୍ୱାଟ୍ସଆପ ମାଧ୍ୟମରେ କିପରି କରିବେ ରୋଜଗାର

0

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ‘ହ୍ୱାଟ୍ସଆପ’ ଜରିଆରେ ଆପଣ କେବଳ କଥାବାର୍ତ୍ତା, ଫଟୋ କିମ୍ବା ଭିଡିଓ ପଠାଉଥିବେ। ତେବେ ଏହି ହ୍ୱାଟ୍ସଆପ ମାଧ୍ୟମରେ ଆପଣ ରୋଜଗାର ମଧ୍ୟ କରିପାରିବେ। ଏହାର ଶିକ୍ଷଣ ପ୍ରକିୟା ହ୍ୱାଟ୍ସଆପ ମାଧ୍ୟମରେ ଲୋକମାନେ ଜାଣିପାରିବେ। କିଛିଦିନ ପୂର୍ବରୁ ହ୍ୱାଟ୍ସଆପ ନିଜର ବ୍ୟବସାୟ ଆରମ୍ଭ କରିଛି। ହ୍ୱାଟ୍ସଆପ ଆପଣଙ୍କର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଏହା ମାଧ୍ୟମରେ ଟ୍ରେନିଂ ପ୍ରଦାନ କରିବେ। କନଫ୍ରେଣ୍ଡେସନ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ହ୍ୱାଟ୍ସଆପ ସହ ମିଶି ଏହି ପ୍ରୟାସ ଆରମ୍ଭ କରିଛି। ସିଆଇଆଇର କହିବା ମୁତାବକ କ୍ଷୁଦ୍ର ବ୍ୟବସାୟୀଙ୍କ କାରବାର ବୃଦ୍ଧି କରିବା ପାଇଁ ହ୍ୱାଟ୍ସଆପ ସିଆଇଆଇ ସହ ମିଶି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟର ବିଭିନ୍ନ ସେଣ୍ଟର ଆରମ୍ଭ କରିବାକୁ ଯାଉଛି। ହ୍ୱାଟ୍ସଆପ ଏହି ଶିକ୍ଷଣ ପ୍ରକିୟାରେ ବାଣିଜ୍ୟର ସଠିକ ବ୍ୟବହାର ସମ୍ପର୍କରେ ସୂଚନା ପ୍ରଦାନ କରିବ। ଏହି ପ୍ରଶିକ୍ଷଣ ପାଇଁ କିଛି ଉପକରଣ ମଧ୍ୟ ଦିଆଯିବ। ଯାହାକୁ ବ୍ୟବହାରକାରୀ ସିଆଇଆଇ ୱେବସାଇଟରେ ପାଇପାରିବେ। ସିଆଇଆଇର ଏକ ସର୍ଭେ ଦ୍ୱାରା ଜଣାପଡିଛି ଯେ ୭୦% ଲୋକ ହ୍ୱାଟ୍ସଆପ ମାଧ୍ୟମରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ବ୍ୟବସାୟ ବୃଦ୍ଧି ହୋଇଥିବା ଜଣାପଡିଛି।

Leave A Reply