ହ୍ୱାଟ୍ସ ଆପ୍‍ର ପ୍ରତିନ୍ଦ୍ୱନ୍ଦୀ ପତଞ୍ଜଳୀର କିମ୍ଭୁର ଲୋକାର୍ପଣରେ ୨ମାସ ବିଳମ୍ବ

0

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଦ୍ୱାରା ପ୍ରସ୍ତୁତ କିମ୍ଭୁ ମେସେଜିଂ ଆପ୍‍ ଚୂଡ଼ାନ୍ତ ପ୍ରସ୍ତୁତିରେ ଆହୁରି ଅଧିକ ୨ମାସ ବିଳମ୍ବ ହେବ ବୋଲି କମ୍ପାନୀ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଏଭଳି ଏକ ମେସେଜିଂ ଆପକୁ ଲୋକାର୍ପଣ କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ଟିକିନିଖି ଯାଞ୍ଚ କରାଯାଉଛି। ବ୍ୟାପକ ଟ୍ରାଫିକରେ ଏହି ଆପ୍‍ କେତେ ଦୂର କାର୍ଯ୍ୟ କରିବ ଏହାକୁ ନେଇ କମ୍ପାନୀ ପକ୍ଷରୁ ପରୀକ୍ଷା ନିରୀକ୍ଷା ଚାଲିଛି। ବିଜି ଟ୍ରାଫିକରେ ବ୍ୟାପକ ଡାଟା ଜଟିଳତା ମଧ୍ୟରେ କିମ୍ଭୁ କିପରି କାର୍ଯ୍ୟ କରିବ ଏହାକୁ ନେଇ କମ୍ପାନୀ ପକ୍ଷରୁ ପରୀକ୍ଷା କରାଯାଉଛି।
ସ୍ୱଦେଶୀ ମେସେଜିଂ ଆପ ଗୁଗୁଳ ପ୍ଲେ ଷ୍ଟୋରରେ ପରୀକ୍ଷାମୂଳକ ଭାବରେ ପଦାର୍ପଣ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଣି ଥରେ ଏହାକୁ ହଟାଇ ନିଆଯାଇ ଥିଲା। ଆପର ସୁରକ୍ଷା ଓ ବ୍ୟକ୍ତିର ଗୋପନୀୟତାକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ପତଞ୍ଜଳୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇ ଥିଲା।

Leave A Reply