ପୂରୁଣା ମୋବାଇଲରେ ବନ୍ଦ ହେବ ହ୍ବାଟସ ଆପ

ନୂଆଦିଲ୍ଲୀ : ନୂଆବର୍ଷ ଆରମ୍ଭ ପୂର୍ବରୁ ହ୍ବାଟସ ଆପ କିଛି ଫୋନରେ ବନ୍ଦ ହେବାକୁ ଯାଉଛି। କମ୍ପାନୀ ସୂଚନା ମୁତାବକ ୩୧ ଡିସେମ୍ବର ପରେ ଓ୍ବିଣ୍ଡୋଜ ଓ ଓଏସ ଫୋନରେ ହ୍ବାଟସ ଆପ ବନ୍ଦ ହୋଇଯିବ। ୧ ଫେବୃଆରୀ ୨୦୨୦ ମସିହାରୁ ହ୍ବାଟସ ଆପ ଆଣ୍ଡ୍ରୋଏଡ଼ ଭର୍ସନ ୨. ୩. ୭ ଏବଂ ଏହା ସହ ଆଣ୍ଡ୍ରୋଏଡ଼ ଆଇଫୋନ – ୭ରେ ମଧ୍ୟ ହ୍ବାଟସ କାମ କରିବ ନାହିଁ।

କମ୍ପାନୀ କହିବା ଅନୁଯାୟୀ, ଏହାର ପ୍ରଭାବ ଅଧିକ ଲୋକଙ୍କ ଉପରେ ପଡ଼ିବ ନାହିଁ କରାଣ ଅଧିକରୁ ଅଧିକଲୋକେ ନୂଆ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ଆଣ୍ଡ୍ରୋଏଡ କିଟାକାଟ ୪.୦.୩ ଭର୍ସନ ମୋବାଇଲ ଫୋନରେ ହ୍ବାଟସ ଆପ ଚାଲିବ କିନ୍ତି ଏହା ଠାରୁ କମ ଭର୍ସନ ମୋବାଇଲରେ ହ୍ବାଟସ ଆପ ବ୍ୟବହାର କରିପାରିବେନି ।

ଅଧିକାରୀ ସୁଚନା ମୁତାବକ, ୩୧ ଡିସେମ୍ବର ୨୦୧୯ ପରେ ଓ୍ବିଣ୍ଡୋଜ ଫୋନରେ ହ୍ବାଟସ ଆପ ବନ୍ଦ ପୂର୍ବରୁ ନୋକିଆ ଏସ ୬୦ ରେ ୩୦ ଜୁନ ୨୦୧୭, ଓଏସ ଓ ବ୍ଲାକବେରୀ- ୧୦ ଭର୍ସନରେ ୩୧ ଡିସେମ୍ବର ୨୦୧୭, ନୋକିଆ ଏସ ୪୦ରେ ୩୧ ଡିସେମ୍ବର ୨୦୧୮ ରୁ ବନ୍ଦ କରିଦିଆଯାଇଛି ।

Comments are closed.