ଆସିଲା ହ୍ୱାଟସଆପ୍‌ର ନୂଆ ଫିଚର୍‌

ଫେସ୍‌ବୁକ ଅଧିକୃତ ହ୍ୱାଟସ୍‌ଆପ୍‌ର କେତକ ନୂଆ ଫିଚର ଏହାର ଅପଡେଟ୍‌ ଭର୍ସନରେ ପ୍ରଦାନ କରାଯାଇଛି ।  ଏକ ବହୁଳ ଫରଓ୍ୱାର୍ଡ  ସନ୍ଦେଶ(ମେସେଜ୍‌)କୁ ଏକ ଗ୍ରୁପର ଆଡମିନଷ୍ଟ୍ରେଟର ଚାହିଁଲେ ରୋକି ପାରିବେ । ଏହା ସହ ହ୍ୱାଟସ ଆପ୍‌ରେ ଅଡିଓ ପିକର୍‌ ନାମକ ଏକ ନୂଆ ୟୁସର୍‌ ଇଣ୍ଟରଫେସ୍‌ ଆସିଛି। ଏହି ଫିଚର ସହାୟତାରେ ଜଣେ ଉପଭୋକ୍ତା ୩୦ଟି ଅଡିଓ ଫାଇଲ୍‌କୁ ଏକ ସଙ୍ଗରେ ପ୍ରେରଣ କରି ପାରିବେ ।

କେବଳ ସେତିକି ନୁହେଁ ଅଡିଓ ପିକର ମାଧ୍ୟମରେ ସେଣ୍ଡ କରିବା ପୂର୍ବରୁ ଏହି ଅଡିଓକୁ ଶୁଣି ପାରିବେ ।

ପୂର୍ବର ହ୍ୱାଟସ୍ଆପ୍‌ ବ୍ୟବହାରକାରୀ କେବଳ ଗୋଟିଏ ଅଡିଓ ଫାଇଲ୍‌କୁ ସେଣ୍ଡ କରିପାରୁଥିଲେ ।

Comments are closed.