ହ୍ୱାଟସ୍‌ଆପ୍‌ର ଅଭିଯୋଗ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ଭାରତରେ  କାହିଁକି ନାହିଁ : ସରକାର ଓ ହ୍ୱାଟସ୍‌ଆପ୍‌କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ .- ସୋମବାରରେ ଭାରତରେ ହ୍ୱାଟସ୍‌ଆପ୍‌ କାର୍ଯ୍ୟାଳୟ କାହିଁକି ନାହିଁ ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି  । ଭାରତ ସରକାରଙ୍କ ସହ ହ୍ୱାଟସ୍‌ଆପ୍‌କୁ ସୁପ୍ରିମକୋର୍ଟ ଏ ବିଷୟରେ ପ୍ରଶ୍ନ କରିଛନ୍ତି ।  କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ହ୍ୱାଟସ୍‌ଆପ୍‌ର ସିଇଓ କ୍ରିସ୍‌ ଡାନିଏଲ୍‌ଙ୍କୁ ଭେଟିବା ପରେ  ସେ ଭାରତରେ ଜଣେ ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀଙ୍କୁ ନିଯୁକ୍ତି ଦେବେ ବୋଲି  କହିଥିଲେ ।

ଅଗଷ୍ଟ ୨୭ ତାରିଖରେ ସୁପ୍ରିମ କୋର୍ଟ ହ୍ୱାଟସ୍ଆପ୍ କର୍ତ୍ତୃପକ୍ଷ ,କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ କେନ୍ଦ୍ର ଆଇଟି ମନ୍ତ୍ରାଳୟକୁ ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ।  ଭାରତରେ ଆଜି ପର୍ଯ୍ୟନ୍ତ କାହିଁକି ଏହିଲୋକପ୍ରିୟ  ମେସେଜିଂ ଆପ୍‌ ଅଭିଯୋଗ କାର୍ଯ୍ୟାଳୟ ଖୋଲି ନାହିଁ ସେ ବିଷୟରେ ଜବାବ ଉପସ୍ଥାପିତ କରିବାପାଇଁ ନିର୍ଦେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି  ।

ବିଭିନ୍ନ ମିଛ ଖବର ପ୍ରସାରିତ ହେବାପରେ ଦେଶରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଗ୍ର ଭିଡ ପିଟି ପିଟି ହତ୍ୟା କରିଥିଲେ । ପିଲାଚୋର ମିଛ ଅଭିଯୋଗରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ହ୍ୱାଟସ୍‌ଆପ୍‌କୁ ମିଛ ଖବର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ନିର୍ଦେଶ ଦେଇଥିଲେ ।

Leave A Reply