ହ୍ୱାଟସଆପ୍‌ର ନୂଆ ଫିଚର୍‌ , ଏକାଥରକେ  ୪ ଜଣ କରିପାରିବେ ଭିଡିଓ କଲିଂ

0

ନୂଆଦିଲ୍ଲୀ : ହ୍ୱାଟସ୍‌ଆପ୍‌ ଏହାର ନୂଆ ଅପ୍‌ଡେଟ୍‌ରେ ଏକାଥରକେ ୪ ଜଣ ଭିଡିଓ କଲିଂ କରିବା ଫିଚର ଆଣିଛି । ପୂର୍ବୁର ୨ ଜଣ ଭିଡିଓ କଲ କରିପାରୁ ଥଲେ । ଏବେ ୪ ଫୋନ୍‌ରେ ୪ ଜଣ ଏକାଥରକେ ଭିଡିଓ କଲିଂ କରି ପାରିବେ । ଜଣେ କଲର ଥରେ ଜଣଙ୍କୁ କଲ୍‌ କରିବା ପରେ ଆଉ ଦୁଇ ଜଣଙ୍କୁ ବି ଏଥିରେ ସାମିଲ କରିପାରିବ ।

ଏହି ସୁବିଧା ଉଭୟ ଆଣ୍ଡ୍ରଏଡ୍‌ ଓ  ଆଇଓଏସ୍‌ ଅପରେଟିଙ୍ଗ ସଫ୍ଟଓ୍ୱାରେରେ ଉପଲବ୍ଧ ହେଉଛି ।   ପ୍ରତି ମାସରେ   ୧୫୦ କୋଟିରୁ ଅଧିକ ବ୍ୟବହାରକାରୀ ହ୍ୱାଟସ୍‌ଆପ୍‌ର  ବ୍ୟବହାର କରିଥାଆନ୍ତି ।  ଦୂରରେ ଓ ବିଦେଶରେ ରହୁଥିବା ସମ୍ପର୍କୀୟ ଓ ବନ୍ଧୁଙ୍କସହ ଅଡିଓ ଓ ଭିଡଓ କଲିଂ କରିବାର ଏହା ପ୍ରାଥମିକ ସାଧାନ ହୋଇ ପାରିଛି ।

Leave A Reply