‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କ ଚରିତ୍ରକୁ ନେଇ ମୁହଁ ଖୋଲିଲେ ରୋହିତ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ‘ସୂର୍ଯ୍ୟବଂଶୀ’ ଚଳଚ୍ଚିତ୍ର ଜରିଆରେ ପୁଣି ଥରେ ପରଦାରେ ଏକାଠି ନଜର ଆସିବେ। ପୂର୍ବରୁ ଅନେକ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଥିବା ଏହି ଯୋଡ଼ିକୁ ପୁଣି ଥରେ ବଡ଼ ପରଦାରେ ଦେଖିବା ପାଇଁ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ପୁଲିସ ଚରିତ୍ରରେ ନଜର ଆସିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ମାତ୍ର କ୍ୟାଟ୍ରିନାଙ୍କ ଭୂମିକା କ’ଣ ରହିବ ତାହା ଜଣାପଡ଼ି ନ ଥିଲା। ତେବେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବେ ଏହି ରହସ୍ୟରୁ ପରଦା ଉଠାଇଛନ୍ତି। ଚଳଚ୍ଚିତ୍ରରେ କ୍ୟାଟ୍ରିନାଙ୍କୁ ଜଣେ ଡାକ୍ତର ଭୂମିକାରେ ଦେଖିବାକୁ ମିଳିବ ବୋଲି ନିକଟରେ ନେହା ଧୂପିଆଙ୍କ ଚିଟ୍‌ଚାଟ୍‌ ଶୋ’ରେ ରୋହିତ ଘୋଷଣା କରିଛନ୍ତି। ଏହା ସହିତ ସେଟ୍‌ରେ କ୍ୟାଟ୍ରିନା ବହୁତ ପ୍ରଶ୍ନ ପଚାରନ୍ତି ବୋଲି ମଧ୍ୟ ରୋହିତ ଏହି ଶୋ’ରେ କହିଥିଲେ।

Comments are closed.