୧.୭ କୋଟିର ତିମି ବାନ୍ତି ଜବତ, ୨ ଗିରଫ

ମୁମ୍ବଇ: ତିମି ମାଛର ବାନ୍ତି ବିକ୍ରି କରିବାକୁ ଉଦ୍ୟମ କରିବା ବେଳେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୧ କିଲୋଗ୍ରାମରୁ ଊର୍ଦ୍ଧ୍ଵ ତିମି ବାନ୍ତି ଜବତ କରିଛି, ଯାହାର ମୂଲ୍ୟ ୧ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତିମି ବାନ୍ତି ଏକ ଦୁର୍ମୂଲ୍ୟ ବିରଳ ପଦାର୍ଥ। ତିମିର ଖାଦ୍ୟନଳୀରୁ ଏହା ନିର୍ଗତ ହୋଇଥାଏ। ଏହା ସମୁଦ୍ରରୁ ଭାସମାନ ଅବସ୍ଥାରେ ମିଳିଥାଏ। ଏହାକୁ ଅତର ତିଆରିରେ ବ୍ୟବହାର ହୋଇଥାଏ। ଏହି ଦୁର୍ମୂଲ୍ୟ ପଦାର୍ଥକୁ ୨ ଜଣ ବ୍ୟକ୍ତି ସ୍ଥାନୀୟ ଏକ ମାର୍କେଟରେ ବିକ୍ରି କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସୂଚନା ପାଇ ଚଢ଼ାଉ କରିଥିଲା। ସେଠାରୁ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିବା ସହ ତିମି ବାନ୍ତି ଜବତ କରିଥିଲା। ଅଭିଯୁକ୍ତଦ୍ବୟ ହେଲେ ମହାରାଷ୍ଟ୍ର ନାଗପୁରର ରାହୁଲ ଟୁପରେ ଏବଂ ଗୁଜରାଟର ଲଳିତ ବ୍ୟାସ। ଏହି ଚୋରା ଚାଲାଣର ଚେର କେଉଁଆଡ଼େ ଲମ୍ବିଛି ତାହା ଜାଣିବା ଲାଗି ପୁଲିସ ତଦନ୍ତ ଜାରି ରଖିଛି ବୋଲି ଡିସିପି ଅଖିଲେଶ କୁମାର ସିଂହ କହିଛନ୍ତି।

Comments are closed.